previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ମୟୂରଭଞ୍ଜ ଯିବେ ମୁଖ୍ୟମନ୍ତ୍ରୀ, ବୃହତ ଜଳସେଚନ ପ୍ରକଳ୍ପର କରିବେ ଲୋକାର୍ପଣ
  • ||
  • ବିପୁଳ ପରିମାଣର କାଠ ଜବତ, ବିଳମ୍ବିତ ରାତିରେ ହେଉଥିଲା ଚାଲାଣ
  • ||
  • କାଶ୍ମୀର ଘାଟି ଅଶାନ୍ତ, ପୁଣି ପ୍ରବାସୀ ଶ୍ରମିକଙ୍କୁ ଗୁଳି କରି ହତ୍ୟା କଲେ ଆତତାୟୀ
  • ||
  • ଆଣବିକ ଦସ୍ତାବିଜ ପାଇଁ ଟ୍ରମ୍ପଙ୍କ ଘରେ ହୋଇଥିଲା ଚଢଉ : ସାମ୍ନାକୁ ଆସିଲା ବଡ ତଥ୍ୟ
  • ||
  • ଭାରତ ବିପକ୍ଷ ସିରିଜ୍ ପୂର୍ବରୁ ଦମ୍ ଦେଖାଇଲା ଜିମ୍ବାଓ୍ୱେ, ଟିମ୍ ଇଣ୍ଡିଆକୁ କଲା ସତର୍କ
  • ||

ଓଡିଶାରେ KGF, କେନ୍ଦୁଝରରେ ସୁନାଖଣିର ସନ୍ଧାନ

16/05/2022 at 11:20 AM

ବାଂଶପାଳ ଜଳଡିହା ଠାରେ ମିଳିଛି ସୁନାଖଣିର ସନ୍ଧାନ। ଆଦିବାସୀବହୁଳ ଅଞ୍ଚଳରେ ବର୍ଷିବ ସୁନା। ଲୋକଙ୍କର ହେବ ଭାଗ୍ୟୋଦୟ। ସୁନାଖଣିର ସନ୍ଧାନ ମିଳିବା ପରେ କେନ୍ଦୁଝର ଜିଲ୍ଲାର ଅବହେଳିତ ବାଂଶପାଳ ବ୍ଲକବାସୀଙ୍କ ଭାଗ୍ୟ ବଦଳିବା ନେଇ ଆଶା ସଞ୍ଚାର ହୋଇଛି । ସୁନାଖଣିର ନମୂନା ସଂଗ୍ରହ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ, କେବେ ସୁନାଖଣି ଆରମ୍ଭ ହେବ, ତାକୁହିଁ ଚାହିଁ ରହିଛନ୍ତି ଲୋକେ ।
କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ତରମାକାନ୍ତ ପଞ୍ଚାୟତର ଜଳଡିହା ଗାଁ । ଗାଁଠାରୁ କିଛି ଦୂର ଜଙ୍ଗଲରେ ସୁନାଖଣିର ସନ୍ଧାନ ମିଳିବା ପରେ ଚାଲିଛି ନମୂନା ସଂଗ୍ରହ କାର୍ଯ୍ୟ । ଜଙ୍ଗଲର ଦେଢ କିଲୋମିଟର ବ୍ୟାସାର୍ଧରେ ୧୫ଟି ଗାତ ଶହେ ମିଟର ମାଟି ଭିତର ଯାଏ ଖୋଲି ସେଥିରୁ ନମୂନା ସଂଗ୍ରହ କରାଯାଉଛି । ଗତ ୬ ମାସ ଧରି ଭାରତ ସରକାରଙ୍କ ଦ୍ବାରା ଚାଲିଥିବା ଏହି ନମୂନା ସଂଗ୍ରହ କାର୍ଯ୍ୟ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।
 ଆଦିବାସୀବହୁଳ ଏହି ଅଞ୍ଚଳର ଲୋକେ ରୋଜଗାର ପାଇଁ ମୁଖ୍ୟତଃ ବଣଜଙ୍ଗଲ ଉପରେ ନିର୍ଭର କରିଥାନ୍ତି । ୧୯୮୮ ମସିହାରୁ ବାଂଶପାଳ ବ୍ଲକ ର ଜଳଡିହା ସମେତ ଗଜପୁର, କୁଶକଳା,କଲଣ୍ଡା ଆଦି ଅଞ୍ଚଳରେ ସୁନାଖଣି ପାଇଁ ନମୂନା ସଂଗ୍ରହ କାର୍ଯ୍ୟ ଆରମ୍ଭ ହୋଇ କିଛି ବର୍ଷ ହେବ ବନ୍ଦ ରହିଥିଲା । ହେଲେ, ଗତ ୬ ମାସ ଧରି ପୁନର୍ବାର ଜଳଡିହା ଠାରେ ନମୂନା ସଂଗ୍ରହ କାର୍ଯ୍ୟ ଭାରତ ସରକାରଙ୍କ ଦ୍ବାରା ତ୍ବରାନ୍ବିତ ହେବା ପରେ ଅଞ୍ଚଳବାସୀଙ୍କ ମନରେ ଆଶାର ସଞ୍ଚାର ହୋଇଛି । ସୁନାଖଣି ହେଲେ, ଜଳଡିହା ଗାଁ ସହିତ ସମଗ୍ର ବାଂଶପାଳ ବ୍ଲକବାସୀଙ୍କର ଆର୍ଥିକ ଅଭ୍ୟୁଦୟ ଘଟିବ ବୋଲି କହିଛନ୍ତି ଅଞ୍ଚଳର ଲୋକେ ।

   Related Posts