ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୭ଡିଗ୍ରୀ ସେଲସେୟସ, ବିଭିନ୍ନ ସ୍ଥାନରେ ତୁଷାରପାତ

Published By : Prameya-News7 Bureau | January 08, 2023 IST

ଦାରିଙ୍ଗବାଡ଼ି୦୮/୦୧:  ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ିକୁ  ଛୁଇଁଛି ଶୀତ।  ଧୀରେ ଧୀରେ ତାପମାତ୍ରା ହ୍ରାସ ପାଇବାରେ ଲାଗିଛି । ଶନିବାର ଦିନ ୮ ଡିଗ୍ରୀ ସେଲସିୟସ ତାପମାତ୍ରା ରହିଥିବା ବେଳେ ଆଜି ୭ ଡିଗ୍ରୀ ସେଲସିୟସ ତାପମାତ୍ରା ରହିଛି। ଯାହାକି ଏ ଋତୁର  ତାପମାତ୍ରା ସହ ଓଡିଶାର ସର୍ବନିମ୍ନ ତାପମାତ୍ରା। ଶୀତରୁ ରକ୍ଷା ପାଇବା ପାଇଁ ଲୋକେ ନିଆଁର ଆଶ୍ରୟ ନେଉଛନ୍ତି। ଗାଡ଼ିରେ ଗଲେ କିମ୍ବା ସକାଳୁ ଉଠିଲେ ଶୀତବସ୍ତ୍ର ନପିନ୍ଧିଲେ କୁଆଡେ ଯିବା କଷ୍ଟକର । ଆଉ ଏଭଳି ଶୀତର ମଜା ନେବା ପାଇଁ ଚାହିଁ ବସିଛନ୍ତି ପର୍ଯ୍ୟଟକ ସମେତ କନ୍ଧମାଳବାସୀ।

ଶୀତଦିନ ଆସିଲେ ମନେ ପଡ଼େ ଦାରିଙ୍ଗବାଡ଼ି କଥା। ଓଡ଼ିଶାର କାଶ୍ମୀର ତଥା ଭୂସ୍ବର୍ଗ ଭାବେ ଦାରିଙ୍ଗବାଡ଼ି ବେଶ ପରିଚିତ। ଦାରିଙ୍ଗବାଡ଼ି ଖାଲି ଓଡ଼ିଶାରେ ନୁହେଁ ଦେଶ ବିଦେଶରେ ବି ନିଜର ପରିଚୟ ସୃଷ୍ଟି କରିଛି। ପ୍ରତ୍ୟେକ ବର୍ଷ ଶୀତଦିନ ଆସିଲେ ପ୍ରବଳ ଶୀତ ଅନୁଭୂତ ହୁଏ ଦାରିଙ୍ଗବାଡ଼ିରେ। ଏମିତି କି ତୁଷାରପାତ ମଧ୍ୟ ହୋଇଥାଏ। ଶୀତର ମଜା ନେବାକୁ ଦାରିଙ୍ଗବାଡ଼ିକୁ ଆସୁଛନ୍ତି ପର୍ଯ୍ୟଟକ । ଧୀରେ ଧୀରେ ଭିଡ଼ ମଧ୍ୟ ବୃଦ୍ଧି ପାଉଛି। ପର୍ଯ୍ୟଟକଙ୍କ ମଧ୍ୟରେ ବେଙ୍ଗଲି ପର୍ଯ୍ୟଟକଙ୍କ ସଂଖ୍ୟା ଖୁବ୍ ଅଧିକ। କିଛି କିଛି ପର୍ଯ୍ୟଟନସ୍ଥଳୀରେ ବଣ ଭୋଜି ମଧ୍ୟ ଦେଖୁବାକୁ ମିଳୁଛି। ଦାରିଙ୍ଗବାଡ଼ିର ହିଲଭିୟୁ ପାର୍କ, ନେଚର ପାର୍କ, କଫି ବଗିଚା, ଦାରିଙ୍ଗବାଡ଼ିର ମିଡିୟୁବାନ୍ଦା ଜଳ ପ୍ରପାତ, କିରୀକୁଟିର ଲଭର୍ସ ପଏଣ୍ଟ, ଏମୁ ପକ୍ଷୀ ପାର୍କ, ଗ୍ରୀନବାଡ଼ିର ସନସେଟ ପଏଣ୍ଡ୍‌ ଭଳି ପର୍ଯ୍ୟଟନ ସ୍ଥଳୀରେ ମଧ୍ୟ ପର୍ଯ୍ୟଟକଙ୍କ ଭିଡ଼ ଜମିବାରେ ଲାଗିଲାଣି।  

ଶୀତ ଆରମ୍ଭ ହୋଇଥିବା ଫଳରେ ଲୋକେ ପ୍ରାତଃ ଭ୍ରମଣ ଆରମ୍ଭ କରିବା ସହ ଚା’ ଦୋକାନରେ ଭିଡ଼ ଜମାଉଛନ୍ତି। ଅନ୍ୟପଟେ ଚା’ ଡିସେମ୍ବର ମାସରେ ଇକୋ ରିଟ୍ରିଟ ଆରମ୍ଭ ହେଇଥିବା ବେଳେ ବର୍ତ୍ତମାନ ଦାରିଙ୍ଗବାଡିରେ ଶୀତ ମହୋତ୍ସବ ଚାଲିଛି। ଯେଉଁଠି ଜିମିଛି  ପର୍ଯ୍ୟଟକଙ୍କ ଭିଡ଼।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.