କଂଗ୍ରେସରେ ବିଲିନ ହେଲା ଓଡିଶା ଜନମୋର୍ଚ୍ଚା
2/10/2018 at 6:21 PM

ଭୁବନେଶ୍ବର୨|୧୦: ଓଡିଶା ଜନମୋର୍ଚ୍ଚା ଆଜି ପୂର୍ଣ୍ଣାଙ୍ଗ ଭାବେ ଭାରତୀୟ ଜାତୀୟ କଂଗ୍ରେସ ସହିତ ସମ୍ମିଶ୍ରଣ ହୋଇଛି। ଜନମୋର୍ଚ୍ଚାର ପ୍ରାଦେଶିକ କମିଟିର ସଭାପତି ବିବ୍ୟସିଂହ ମିଶ୍ର ଅନୁମୋଦନ କ୍ରମେ ରାଜ୍ୟ ସାଧାରଣ ସଂପାଦକ ତଥା ରାଜ୍ୟ କମିଟି ପ୍ରବକ୍ତା ପ୍ରଭାକାର ନାୟକଙ୍କ ନେତୃତ୍ବରେ ବିଭିନ୍ନ ଜିଲ୍ଲା ସଭାପତି ଓ ବରିଷ୍ଠ ସଂଗଠକମାନେ କଂଗ୍ରେସ ଭବନରେ ରାଜ୍ୟ ପ୍ରଭାରି ଜିତେନ୍ଦ୍ର ସିଂ ଓ ସଭାପତି ନିରଂଜନ ପଟ୍ଟନାକୟଙ୍କ ଉପସ୍ଥିତିରେ ଦଳରେ ଯୋଗ ଦେଇଛନ୍ତି। ଏହା ଦ୍ବାରା କଂଗ୍ରେସ ରାଜ୍ୟରେ ଅଧିକ ସୁଦୃଢ ହେବ ବୋଲି କହିଛନ୍ତି ପିସିସି ସଭାପତି ନିରଂଜନ ପଟ୍ଟନାୟକ।