ହାଇକୋର୍ଟ ବନ୍ଦ, ୩୧ଯାଏ ହେବନାହିଁ ନୂଆ ମାମଲା : କରୋନା ମୁକାବିଲା ପାଇଁ ଜରୁରୀ ନିଷ୍ପତ୍ତି

Published By : Prameya-News7 Bureau | March 23, 2020 IST

କଟକ ୨୩।୦୩ : ସାରା ରାଜ୍ୟରେ ଏବେ କରୋନା ଚିନ୍ତା । ରାଜ୍ୟରେ ୫ଟି ଜିଲ୍ଲା ୮ସହର ଲକଡାଉନ୍‌ ଘୋଷଣା କରାଯାଇଛି । କରୋନା ପାଇଁ ହାଇକୋର୍ଟ କଟକଣା ଜାରି କରିଛନ୍ତି। ମାର୍ଚ୍ଚ ୩୧ଯାଏ ହାଇକୋର୍ଟରେ ନୂଆ ମାମଲା ହେବ ନାହିଁ । ଏହି ନିଷ୍ପତ୍ତି ହାଇକୋର୍ଟ ଫୁଲବେଞ୍ଚ ନେଇଛନ୍ତି। ପରବର୍ତ୍ତୀ ନିଷ୍ପତ୍ତି ପର୍ଯ୍ୟନ୍ତ ହାଇକୋର୍ଟ ବନ୍ଦ ରହିବ ବୋଲି ନିର୍ଦ୍ଦେଶ ଦିଆଯାଇଛି।

ଅପରପକ୍ଷରେ ଲକ୍ ଡାଉନ୍‌ ଜିଲ୍ଲା ଗୁଡିକ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଜାରି କରିଛନ୍ତି। ୨୩ ତାରିଖରେ ଲିଷ୍ଟ ହୋଇଥିବା କେସ୍‌ ସବୁକୁ ସସ୍‌ପେଣ୍ଡ କରାଯାଇଛି। ମାର୍ଚ୍ଚ ୩୧ ଯାଏ ହାଇକୋର୍ଟରେ ନୂଆ ମାମଲା ହେବ ନାହିଁ। ଅତ୍ୟନ୍ତ ଜରୁରୀ କେସ୍ ହୋଇଥିଲେ, ଡେପୁଟି ରେଜିଷ୍ଟ୍ରାର୍‌ଙ୍କ ହ୍ବାଟ୍‌ସ ଅପ୍‌ ମେସେଜ୍‌ କିମ୍ବା ଭିଡିଓ କଲ୍ ମାଧ୍ୟମରେ ରେଜିଷ୍ଟର କରିପାରିବେ। ମୁନିସପାଲ ଅଞ୍ଚଳ ଗୁଡିକରେ ମଧ୍ୟାହ୍ନ ୧୨ ଟାରୁ ୧ ଟା ଯାଏ କୋର୍ଟ ଖୋଲିବ। ଅବଶିଷ୍ଟ ସ୍ଥାନରେ ଦିନ ୧୧ ଟାରୁ ୧ ଟା ଯାଏ ଚାଲିବ କୋର୍ଟ। କେବଳ ଜରୁରୀ ମାମଲା ଯେମତିକି ବେଲ୍‌, ରିମାଣ୍ଡ, ପ୍ରଡକ୍ସନ ଭଳି ମାମଲାର ଶୁଣାଣୀ ହେବ। ଅଫିସର ଜରୁରୀ କାମ ଥିଲେ ଘରୁ କରିବାକୁ ନିର୍ଦ୍ଦେଶ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.