ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜିଙ୍କ ସହ ଓଡିଶାର ଘନିଷ୍ଠ ସଂପର୍କ: କେନ୍ଦ୍ରାପଡା ତାଙ୍କୁ ଯେତିକି ମନେ ରଖିଛି ପୁରୀ ବି ସେତିକି ମନେ ପକାଉଛି

Published By : Prameya-News7 Bureau | August 28, 2020 IST

ଭୁବନେଶ୍ବର୨୮/୮: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜିଙ୍କ ଓଡିଶା ସହିତ ରହିଥିଲା ଭାଗବତ ସମ୍ପର୍କ। କେନ୍ଦ୍ରାପଡା ତାଙ୍କୁ ଯେତିକି ମନେ ରଖିଛି ପୁରୀ ବି ସେତିକି ମନେ ପକାଉଛି। କିଏ ଭୂଲିପାରିବ ୧୯୯୯ ମହାବାତ୍ୟା ସମୟରେ କେନ୍ଦ୍ରାପଡାର ରାମନଗର ଅଞ୍ଚଳର ତରୁଣ କାଞ୍ଜିଲାଲଙ୍କ ମଟୋରସାଇକେଲରେ ବସି ମହାବାତ୍ୟାର କରାଳ ରୂପକୁ ଅତି ନିକଟରୁ ଦେଖିବା ।

ଦେଶର ତ୍ରୟୋଦଶ ରାଷ୍ଟ୍ରପତିଭାବେ ପ୍ରଣବ ମୁଖାର୍ଜିଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା ୨୪ ଜୁଲାଇ ୨୦୧୭ରେ। ରାଷ୍ଟ୍ରପତି ଭବନରେ ପ୍ରଣବଙ୍କ ୫ ବର୍ଷର କାର୍ଯ୍ୟକାଳ ମଧ୍ୟରେ  ସେ ନିଜକୁ କେବେହେଲେ କପି ପ୍ରେସିଡେଣ୍ଟଭାବେ ଆବଦ୍ଧ କରିନଥିଲେ। ବରଂ ତାଙ୍କରି କାର୍ଯ୍ୟକାଳ ମଧ୍ୟରେ ସେ ଏମିତି କିଛି ପଦକ୍ଷେପ ନେଇଥିଲେ ଯେଉଁଥିପାଇଁ  ଆଗାମି କେତେ ପିଢି ତାଙ୍କଠାରୁ ପ୍ରେରଣା ନେବେ।

ପ୍ରଣବଙ୍କ ବ୍ୟକ୍ତିତ୍ବ ଏମିତି ଥିଲା ଯେ  ସେ ଯେଉଁଠିକି  ଯାଇଛନ୍ତି ସେଇଠି ସେ ଲୋକଙ୍କୁ ଆପଣାର କରିଦେଇଛନ୍ତି।  ରାଷ୍ଟ୍ରପତି ପ୍ରଣବଙ୍କ ଓଡିଶା ସହିତ ରହିଛି ଭାଗବତ ସଂପର୍କ।  ଆଉ ଏହି ଭାଗବତ ସମ୍ପର୍କକୁ ଖୁବ ନିକଟରୁ ଅନୁଭବ କରନ୍ତି କେନ୍ଦ୍ରାପଡା ରାମନଗର ଗାଁର ତରୁଣକାନ୍ତି କାଞ୍ଜିଲାଲ। ୧୯୯୯ ମହାବାତ୍ୟାରେ ଉଜୁଡି ଯାଇଥିଲା ରାମନଗର ଗାଁ।  ସେତେବେଳେ ସୋନିଆ ଗାନ୍ଧିଙ୍କ ସହିତ ଆସିଥିଲେ ସେତେବେଳର ସାଂସଦ ପ୍ରଣବ ମୁଖାର୍ଜି।  ରାମନଗର, ଖରନାସି,ବଉଳକଣିସ, ବରକନ୍ଧା ଆଦି ପଞ୍ଚାୟତ ବୁଲି ଦେଖିଥିଲେ। ତାଙ୍କୁ ମୋଟର ସାଇକେଲରେ ବସାଇ ବୁଲାଇଥିଲେ ତରୁଣ। ସେବେଠାରୁ ତରୁଣଙ୍କ ସହିତ ପ୍ରଣବଙ୍କ ଭାଗବତ ଓ ବ୍ୟକ୍ତିଗତ ସମ୍ପର୍କ ଗଢି ଉଠିଥିଲା।

ରାଷ୍ଟ୍ରପତି ହେବା ପରେ ବି ତରୁଣଙ୍କୁ ଭୁଲି ନଥିଲେ ପ୍ରଣବ।  ପ୍ରଥମ ଓଡିଶା ଗସ୍ତରେ  ତରୁଣଙ୍କୁ ରାଜଭବନକୁ ଡାକି ସାକ୍ଷାତ କରିଥିଲେ। ଏବଂ ପଚାରି ବୁଝିଥିଲେ ଅଞ୍ଚଳର କଥା। ବିଭିନ୍ନ ସମୟରେ ରାଷ୍ଟ୍ରପତି ଭବନକୁ ମଧ୍ୟ ଡକରା ପାଇଛନ୍ତି ତରୁଣ। ପ୍ରଣବ ଓ ତରୁଣଙ୍କୁ କୃଷ୍ଣ ସୁଦାମା ଯୋଡି କହନ୍ତି ଅଞ୍ଚଳବାସୀ।

କେନ୍ଦ୍ରାପଡା ପରି ପୁରୀ ଜଗନ୍ନାଥଙ୍କ ସହ ପ୍ରଣବ ମୁଖାର୍ଜିଙ୍କ ରହିଛି ଭାଗବତ ସମ୍ପର୍କ। ରାଷ୍ଚ୍ରପିତ କାର୍ଯ୍ୟକାଳ ମଧ୍ୟରେ ମୋଟ ୪ ଥର ପୁରୀ ଆସିଥିଲେ  ଶ୍ରୀଜଗନ୍ନାଥଙ୍କ ଆଶିଷ ନେଇଛନ୍ତି ପ୍ରଣବ। ସେହି ସମୟରେ ଶ୍ରାମନ୍ଦିରରେ ଚାଲିଥିବା ମରାମତି କାମ ସଂପର୍କରେ ପଚାରି ବୁଝିଥିଲେ ।

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜିଙ୍କ ମଧ୍ୟ ରହିଛି ସୋଆ ଡିମ୍ଡ ଟୁ ବି ୟୁନିଭରସିଟି ସହିତ କନେକ୍ସନ। ସୋଆର ୫ମ ସମାବର୍ତ୍ତନ ଉତ୍ସବରେ  ପ୍ରଣବ ମୁଖାର୍ଜି ଯୋଗଦେଇଥିଲେ। ୟନିଭରସିଟି କ୍ୟାମ୍ପସରେ ନିର୍ମିତ କନଭେନସନ ସେଣ୍ଟରକୁ  ଉଦଘାଟନ କରିଥିଲେ। ସମାବର୍ତ୍ତନ ଉତ୍ସବରେ ଛାତ୍ରଛାତ୍ରୀମାନଙ୍କର ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.