ଗଞ୍ଜେଇ ଉତ୍ପାଦନର ହବ୍ ପାଲଟିଛି ଓଡ଼ିଶା: ଦେଶରେ ଶୀର୍ଷ ୩ରେ ରହିଛି ଆମ ରାଜ୍ୟ, ୧୨ଟି ଜିଲ୍ଲାରେ ଚାଲିଛି ବେଧଡକ ଚାଷ

Published By : Prameya-News7 Bureau | September 11, 2020 IST

ଭୁବନେଶ୍ଵର ୧୧।୦୯:  ଓଡ଼ିଶା ଗଞ୍ଜେଇର ହୁରି ଚାରିଆଡ଼େ । ରାଜ୍ୟ ବାହାରେ ଓଡ଼ିଶା ଗଞ୍ଜେଇର ନାଁ ବାରମ୍ବାର ଉଠିବାରେ ଲାଗିଛି । ବେଙ୍ଗାଲୁରୁରୁ ବମ୍ବେ ଖୋଜା ପଡ଼ୁଛି ଓଡିଶା କଲି । ଗତକାଲି ବେଙ୍ଗାଲୁରୁରୁ ୧୩ ଲକ୍ଷ ଟଙ୍କାର ଓଡ଼ିଶା ଗଞ୍ଜେଇ ଜବତ ହୋଇଥିବା ବେଳେ ଆଜି ବାଲିଅନ୍ତାରୁ ୧୧ ଲକ୍ଷର ଗଞ୍ଜେଇ ଜବତ ହୋଇଛି । ତେଣୁ ଏହାକୁ ଦେଖି ଗୋଟିଏ କଥା କହିହେବ ଗଞ୍ଜେଇ ହବ୍ ପାଲଟି ସାରିଲାଣି କି ଓଡ଼ିଶା ।

ଓଡ଼ିଶା ଗଞ୍ଜେଇ । କି ମାୟା ଲଗାଉଛି କେଜାଣି । ମାୟାନଗରୀରୁ ବଗିଚାନଗରୀ । ମାନେ ବମ୍ବେରୁ ବେଙ୍ଗାଲୁରୁ ସବୁଠି ଏହାର ପ୍ରବଳ ଡିମାଣ୍ଡ । କି ସୁନ୍ଦରୀ, କି ବେପାରୀ ସମସ୍ତେ ଏହି ଅପୂର୍ବ ଜିନିଷ ଟିକକ ପାଇଁ ବୁଦ୍ଧି ବିବେକ ବି ହରେଇ ବସୁଛନ୍ତି । ବିଶେଷ କରି ଗତକାଲି କର୍ଣ୍ଣାଟକ କାଲବୁର୍ଗୀ ଜିଲ୍ଲାରୁ ୧୨ ଶହ କେଜିରୁ ଅଧିକ ପରିମାଣର ଗଞ୍ଜେଇ ଜବତ ହେବା ପରେ ଓଡ଼ିଶା ଲିଙ୍କ ପଦାକୁ ଆସିଛି ।

{"id":328246,"sizeSlug":"large"}

ବେଙ୍ଗାଲୁରୁ ପୋଲିସର ସୂଚନା ଅନୁସାରେ ସେସାଦ୍ରୀପୁରମ୍ ପୋଲିସ ଷ୍ଟେସନରେ ଅଟକ ଜଣେ ଅପରାଧୀ ଠାରୁ ଖବର ପାଇ କାଲବୁର୍ଗୀ ଜିଲ୍ଲା କମଲାପୁରା ଅଂଚଳର ରଙ୍ଗନାଥ ରେଡ୍ଡୀ ଗାଁରେ ପହଞ୍ଚିଥିଲା ପୋଲିସ । ସେଠାରେ ଥିବା ଏକ ଘୁଷୁରି ଗୁହାଳ ଭିତରେ ଥିବା ଏକ ସମ୍ପ୍ ରୁ ପ୍ୟାକେଟ ପ୍ୟାକେଟ ଗଞ୍ଜେଇ ଜବତ କରିଥିଲା । ଏହି ଗଞ୍ଜେଇ କାରବାରର ମୁଖ୍ୟ ଅଭିଯୁକ୍ତ ଚନ୍ଦ୍ରକାନ୍ତ ସହ ତାର ୩ ସହଯୋଗୀଙ୍କୁ ଗିରଫ କରିଛି । ଓଡ଼ିଶାରୁ ଏସବୁ ଗଞ୍ଜେଇ ତେଲେଙ୍ଗାନାରେ ପହଞ୍ଚିବା ପରେ ସେଠାରୁ ପରିବା ଟ୍ରକରେ କର୍ଣ୍ଣାଟକ ଯାଉଥିଲା ବୋଲି ପୋଲିସ କହିଛି । ଏଥିସହ ଓଡ଼ିଶା ଲିଙ୍କ୍ ଥିବା ଅନ୍ୟ ଜଣେ ମାଫିଆକୁ ମଧ୍ୟ ଗିରଫ କରିଛି ପୋଲିସ ।

{"id":328248,"sizeSlug":"large"}

ଗଞ୍ଜେଇ ଉତ୍ପାଦନର ହବ୍ ପାଲଟିଛି ଓଡ଼ିଶା। ଏକ ରିପୋର୍ଟରୁ ଜଣାଯାଇଛି ସର୍ବଭାରତୀୟସ୍ତରରେ ଦେଶରେ ପ୍ରଥମ ତିନିଟି ସର୍ବାଧିକ ଗଞ୍ଜେଇ ଉତ୍ପାଦନ କରୁଥିବା ରାଜ୍ୟ ମଧ୍ୟରେ ଓଡ଼ିଶା ରହିଛି ।  ପୋଲିସ, ପଲିଟିସିଆନ, ଅବକାରୀ ବିଭାଗ ଓ ମାଫିଆଙ୍କ ନେକ୍ସସରେ ଚାଲୁଛି ଏହି କ୍ରାଇମ୍ ସିଣ୍ଡିକେଟ୍, ଯାହାର ମାଷ୍ଟର ମାଇଣ୍ଡ ରହୁଛନ୍ତି ଅଣ ଓଡ଼ିଆ ଗଞ୍ଜେଇ ମାଫିଆ । ଗଞ୍ଜେଇ ଚାଷ ପାଇଁ ଏହି ମାଫିଆମାନେ ଗରୀୋବ ଚାଷୀଙ୍କୁ ଆର୍ଥିକ ପ୍ରୋତ୍ସାହନ ଦେଉଛନ୍ତି ।

{"id":328250,"sizeSlug":"large"}

ଆଜିର ଦିନରେ ରାଜ୍ୟରେ ୩୦ ଜିଲ୍ଲାରୁ ୧୨ଟିରେ ଗଞ୍ଜେଇ ଚାଷ ଚାଲୁଛି। ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ରହିଛି ଅନୁଗୁଳ, ସମ୍ବଲପୁର, ମାଲକାନଗିରି, ବୌଦ୍ଦ, ଫୁଲବାଣୀ, ଗଞ୍ଜାମ ,ଗଜପତି  ଓ ଦେବଗଡ଼ । ରାଜ୍ୟର  ୨୦ ହଜାରରୁ ୨୨ ହଜାର ହେକ୍ଟରରେ ଜଙ୍ଗଲ ଜମିରେ ଚାଷ ହେଉଛି ଗଞ୍ଜେଇ।  ଓଡ଼ିଶା ଗଞ୍ଜେଇ ଦିଲ୍ଲୀ, ମୁମ୍ବାଇ କୋଲକାତା, କେରଳ, ବଙ୍ଗାଲୋର, ତେଲେଙ୍ଗେନା, ଆନ୍ଧ୍ରକୁ ଯାଉଛି । ସେଥିପାଇଁ ଏହାର ସୁରାକ୍ ପାଇଁ ବୋଧହୁଏ ଓଡ଼ିଶା ଆସିଥିଲେ ରିୟା ଚକ୍ରବର୍ତ୍ତୀ । ତାଙ୍କ ହ୍ବାଟସ୍ଆପ୍ ଚାଟ୍‌ ଭୁବନେଶ୍ଵ ସର୍ବୋତ୍କୃଷ୍ଟ ଗଞ୍ଜେଇ ମିଳୁଥିବା ନେଇ ଖୁଲାସା ହୋଇଥିଲା । ନାର୍କୋଟିକ୍ ବ୍ୟୁରୋ ରିପୋର୍ଟ ଅନୁଯାୟୀ ସିଜ୍ ହେଉଥିବା ଗଞ୍ଜେଇ ୭ ରୁ ୧୦ ପ୍ରତିଶତ । ବାକି ୯୦ ପ୍ରତିଶତ ଚାଲାଣ ହେଉଛି।

{"id":328249,"sizeSlug":"large"}

ଏସବୁ ଭିତରେ ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତା ନିକଟରୁ ୧୧ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ହୋଇଛି । କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଚଢାଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି। କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ପଞ୍ଝାରେ ବାଲିଅନ୍ତାର କୁଖ୍ୟାତ ଗଞ୍ଜେଇ ମାଫିଆ ବିଜୟ କୁମାର ମାଣିଆ । ତେଣୁ ଏଭଳି ପରିସ୍ଥିତିରେ ବେଳ ଥାଉଥାଉ ବନ୍ଧ ନବାନ୍ଧିଥିଲେ ଓଡ଼ିଶା ଯେ ସାରା ବିଶ୍ବରେ ବଦନାମ ହେବା ନିଶ୍ଚୟ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.