ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର: ଇ-ଭେଇକିଲ୍ କିଣିବାକୁ ବିନା ସୁଧରେ ଅଗ୍ରୀମ ଋଣ ଦେବେ ସରକାର
17/03/2023 at 10:03 PM

ଭୁବନେଶ୍ୱର ୧୭/୦୩: ସରକାରୀ କର୍ମଚାରୀ ବୈଦ୍ୟୁତିକ ଯାନ କିଣିବାକୁ ସୁବିଧା ଯୋଗାଇବେ ରାଜ୍ୟ ସରକାରା। ଏନେଇ ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ଗାଇଡ୍ ଲାଇନ୍ ଜାରି କରାଯାଇଛି। ଏହି ସୁବିଧା ଅନୁସାରେ ସରକାରୀ କର୍ମଚାରୀ ଇ-ଭେଇକିଲ୍ ପାଇଁ ବିନା ସୁଧରେ ଅଗ୍ରିମ ନେଇପାରିବେ। ଅନ୍ୟପଟେ ଯେଉଁ କର୍ମଚାରୀ ଅଗ୍ରିମ ଟଙ୍କା ନେଇ ଅନ୍ୟ ଅଲଗା କାମରେ ଖର୍ଚ୍ଚ କରିବେ ସେମାନଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ। ଦୁଇ ଚକିଆ ଓ ଚାରି ଚକିଆ ଇ-ଭେଇକିଲ୍ କିଣିବା ପାଇଁ ଅଗ୍ରିମ ଅର୍ଥ ରାଶି ମିଳିବ ବୋଲି କୁହାଯାଇଛି। କିନ୍ତୁ କେବଳ ଗୋଟିଏ ଯାନ କିଣିବା ପାଇଁ ଅଗ୍ରିମ ଅର୍ଥ ରାଶି ମିଳିବ ବୋଲି ଜଣାପଡ଼ିଛି। ଏହି ସୁବିଧା ୨୦୨୫ ଡିସେମ୍ୱର ୩୧ ପର୍ଯ୍ୟନ୍ତ ଉପଲବ୍ଧ ହେବ।
Related Posts
ଗେଟ୍ ଖୋଲିଲେନି ଘର ମାଲିକ, ରାତିଅଧରେ ହଟହଟା ହେଲେ ମଡେଲ
26 March 2023
ଓଭରଲୋଡିଂ ହେଲା କାଳ, ବାଲି ଗାଡିଠୁ ଆଦାୟ ହେଲା ଲକ୍ଷେ ଫାଇନ୍
26 March 2023