ଭୁବନେଶ୍ବର୨୭/୧୧: ଚାଷୀଙ୍କ ପାଇଁ ଖୁସି ଖବର । ରାଜ୍ୟର ୫୮ଟି ସବ୍ ଡିଭିଜନରେ ହେବ ଶୀତଳଭଣ୍ଡାର । ବିଧାନସଭା ଶୀତ ଅଧିବେଶନର ଦ୍ବିତୀୟ ଦିନ ଚାଲିଥିବା ପ୍ରଶ୍ନକାଳରେ ଏହି ସୂଚନା ଦେଇଛନ୍ତି କୃଷିମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ । ସେ କହିଛନ୍ତି ରାଜ୍ୟ ସରକାର ୫୮ଟି ସବ୍ଡିଭିଜନରେ ଶୀତଳ ଭଣ୍ଡାର ନିର୍ମାଣ ପାଇଁ ଯୋଜନା କରିଛନ୍ତି । ପିପିପି ମୋଡ୍ରେ ଏହି ଶୀତଳଭଣ୍ଡାର ନିର୍ମାଣ କରାଯିବ । ଯଦି ଆଉ ଅଧିକ ଶୀତଳଭଣ୍ଡାରର ଆବଶ୍ୟକତା ହୁଏ ତେବେ ପିପିପି ମୋଡ୍ରେ ହାଇବ୍ରିଡ କୋଲ୍ଡ ଷ୍ଟୋରେଜ ନିର୍ମାଣ ପାଇଁ ଯୋଜନା କରାଯିବ ବୋଲି କହିଛନ୍ତି କୃଷିମନ୍ତ୍ରୀ ।
କଂଗ୍ରେସ ସାଂସଦଙ୍କ ଚେୟାର ତଳୁ ମିଳିଲା ବିଡ଼ା ବିଡ଼ା...