ବାହାର ରାଜ୍ୟକୁ ଯିବା ପାଇଁ ଇ-ପାସ୍, ଟ୍ୱିଟ୍‌ କରି ସୂଚନା ଦେଲେ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | May 07, 2020 IST

ଭୁବନେଶ୍ୱର ୦୭।୦୫: ଓଡ଼ିଶାରୁ ବାହାର ରାଜ୍ୟକୁ ଯିବା ପାଇଁ ରାଜ୍ୟ ସରକାର ଆଣିଛନ୍ତି ଇ-ପାସ୍‌ ବ୍ୟବସ୍ଥା । ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି । ଓଡ଼ିଶାରେ ଅଟକି ରହିଥିବା ବାହାର ରାଜ୍ୟର ଲୋକେ ଏହି ଇ-ପାସ୍‌ ସହାୟତାରେ ନିଜ ଘରକୁ ଫେରିପାରିବେ ।

wp:html /wp:html

ସେହିପରି ଜରୁରୀ କାମ ଓ ଚିକିତ୍ସା ସେବା ଚାହୁଁଥିବା ଲୋକେ ମଧ୍ୟ ଏହି ଇ-ପାସ୍‌ ପାଇଁ ଆବେଦନ କରିପାରିବେ । ଏଥିପାଇଁ https://covid19.odisha.gov.in/ ୱେବସାଇଟରେ ଲଗ୍‌ଇନ୍‌ କରିବାକୁ ହେବ । ପ୍ରଥମେ ନିଜ ଯାତ୍ରା ସମ୍ପର୍କରେ ସବିଶେଷ ସୂଚନା ଦେଇ ଆବେଦନ କରିବାକୁ ପଡ଼ିବ । ଏପରିକି ଡ୍ରାଇଭର ଓ ଗାଡ଼ି ବାବଦରେ ମଧ୍ୟ ସୂଚନା ଦେବାକୁ ହେବ । ଜିଲ୍ଲା ପ୍ରଶାସନ ଏହି ଆବେଦନକୁ ଯାଞ୍ଚ୍‌ କରି ଅନୁମୋଦନ ଦେବା ପରେ ଇ-ପାସ୍‌ ମିଳିବ । ଅନଲାଇନରେ ଏହି ଇ-ପାସକୁ ଡାଉନଲୋଡ୍‌ କରି ପ୍ରିଣ୍ଟ କରିପାରିବେ । ଚେକିଂବେଳେ ଏହାକୁ ଦେଖାଇବାକୁ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.