ରାଜ୍ୟରେ ୨୮ହଜାର ନିଯୁକ୍ତି ସୁଯୋଗ, ୫ଟି ପେଟ୍ରୋ କେମିକାଲ ପ୍ରକଳ୍ପକୁ ମିଳିଲା ମଞ୍ଜୁରୀ
19/08/2019 at 5:53 PM

ଭୁବନେଶ୍ବର ୧୯|୮: ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ହାଇ ଲେଭଲ କ୍ଲିୟରାନ୍ସ କମିଟି ବୈଠକରେ ୫ଟି ପେଟ୍ରୋକେମିକାଲ ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରିଛି । ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ରାଜ୍ୟର ୨୭ହଜାର ୬ଶହ ୪୫ଜଣ ନିଯୁକ୍ତି ପାଇବେ । ପ୍ରକଳ୍ପ ପାଇଁ ମୋଟ୍ ୨ଲକ୍ଷ ୪ହଜାର ୬୯କୋଟି ଟଙ୍କା ନିବେଶ ହେବ ବୋଲି ଜଣାପଡିଛି ।
ପାରାଦୀପଠାରେ ଥିବା ଆଇଓସିଏଲ ପ୍ରକଳ୍ପର ସମ୍ପ୍ରସାରଣ ପାଇଁ ମଧ୍ୟ ହାଇଲେଭଲ କ୍ଲିୟରାନ୍ସ କମିଟି ମଞ୍ଜୁରୀ ପ୍ରଦାନ କରିଛି । ପରାଦୀପ ତୈଳ ବିଶୋଧନାଗାର ପରିସରରେ ପିଏକ୍ସ-ପିଟିଏ ପ୍ଲାଣ୍ଟକୁ ମଞ୍ଜୁରୀ ମିଳିଛି।
ସୁବର୍ଣ୍ଣରେଖା ବନ୍ଦର ନିକଟରେ ହଳଦିଆ ପେଟ୍ରୋକେମିକାଲ ଲିମିଟେଡ୍ ୭୪ ହଜାର କୋଟି ଟଙ୍କା ବ୍ୟୟରେ ଏକ ହାଇଡ୍ରୋ କାର୍ବନ ପ୍ରୋସେସିଂ କମ୍ପ୍ଲେକ୍ସ କରିବ।
ସେହିପରି ତାଳଚେର ସାର କାରଖାନାକୁ ଏକ ୟୁରିଆ ଫର୍ଟିଲାଇଜର ପ୍ରତିଷ୍ଠା ପାଇଁ ଅନୁମୋଦନ ଦିଆଯାଇଛି।
କଳିଙ୍ଗନଗରରେ ଜିନ୍ଦଲ ଇଣ୍ଡିଆ ଲିମିଟେଡର ଷ୍ଟିଲ ପ୍ରୋସେସିଂ ପ୍ଲାଣ୍ଟକୁ ମଧ୍ୟ ମଞ୍ଜୁରୀ ମିଳିଛି।