ନୂଆ ଅବକାରୀ ନୀତି ଘୋଷଣା; ବଢ଼ିବ ଲାଇସେନ୍ସ ଫି, ହୋଟେଲକୁ ବାର୍ ଅନୁମତି
30/03/2023 at 11:40 PM

ଭୁବନେଶ୍ୱର ୩୦/୦୩: ରାଜ୍ୟରେ ଆସିଲା ନୂଆ ଅବକାରୀ ନୀତି। ଆର୍ଥିକ ବର୍ଷ ୨୦୨୩-୨୪ ପାଇଁ ନୂଆ ଅବକାରୀ ନୀତି ଘୋଷଣା କରିଛି ଅବକାରୀ ବିଭାଗ।
ସୂଚନା ଅନୁସାରେ, ସହରାଞ୍ଚଳରେ ରୁମ୍ ବ୍ୟବସ୍ଥା ଥିବା ହୋଟେଲ୍କୁ ବାର୍ ପାଇଁ ଅନୁମତି ମିଳିବ। ଠିପି ବନ୍ଦ ମଦ ଦୋକାନ ଲାଇସେନ୍ସ ଶୁଳ୍କ ଲକ୍ଷେ ୧୦ ହଜାର୍ରୁ ବଢ଼ି ଲକ୍ଷେ କୋଡ଼ିଏ ହଜାର୍ ହେବ ବୋଲି ଅବକାରୀ ବିଭାଗ କହିଛି।
ନୂଆ ଅବକାରୀ ନୀତି ଅନୁସାରେ ୨୦୨୩-୨୪ବର୍ଷରେ ଗ୍ରାମାଞ୍ଚଳରେ ଖୋଲିବନି ନୂଆ ମଦ ଦୋକାନ। ସେହିପରି ଲେବଲ୍ ପଞ୍ଜୀକରଣ ଫି ୪୦ ହଜାର୍ରୁ ବଢ଼ି ୫୦ ହଜାର୍ ହେବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି।