ଆନ୍ଧ୍ରରେ ଓମିକ୍ରନ ଚିହ୍ନଟ ପରେ ଓଡିଶାରେ ତତ୍ପରତା, ବର୍ଡର ଜିଲ୍ଲାଗୁଡିକୁ ସଜାଗ କରାଇଲେ ରାଜ୍ୟ ସରକାର

Published By : Prameya-News7 Bureau | December 13, 2021 IST

ଭୁବନେଶ୍ବର ୧୩।୧୨: ପଡୋଶୀ ଆନ୍ଧ୍ରରେ ଓମିକ୍ରନ ସଂକ୍ରମିତ ଚିହ୍ନଟ ହେବା ପରେ ସଜାଗ ହେଲା ଓଡ଼ିଶା । ରାଜ୍ୟର ସମସ୍ତ ବର୍ଡର ଜିଲ୍ଲାଗୁଡିକୁ ସଜାଗ କରାଇଲେ ସରକାର । ଏ ନେଇ ପ୍ରତିକ୍ରିୟା ରଖି ଡ଼ିଏମଇଟି କହିଛନ୍ତି, ଆନ୍ଧ୍ରରେ ଓମିକ୍ରନ ବାହାରିବା ନେଇ ଆମ ପାଖରେ ଖବର ଅଛି । କିନ୍ତୁ ଏଥିପାଇଁ ରାଜ୍ୟବାସୀ ଭୟଭୀତ କି ଆତଙ୍କିତ ହୁଅନ୍ତୁନାହିଁ ।

ଯେଉଁମାନେ ବିଦେଶରୁ ଆସୁଛନ୍ତି ସେମାନଙ୍କର ବିମାନ ବନ୍ଦରରେ ଟେଷ୍ଟିଂ କରାଯାଉଛି । ଏ ପର୍ଯ୍ୟନ୍ତ ଆମ ଓଡିଶାରେ କେହି ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି । କ୍ଲଷ୍ଟରରୁ ପଜିଟିଭ ହେଉଥିବା କିମ୍ବା ବିଦେଶ ଫେରନ୍ତାଙ୍କର ଆମେ ଜେନମ ସିକ୍ୟୁଏନ୍ସିଂ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.