ଆଇପିଏସ୍ ଏନ୍‌.ବି. ଭାରତୀଙ୍କ ବିରୋଧରେ ହୋଇପାରେ କାର୍ଯ୍ୟାନୁଷ୍ଠାନ, ଜାରି ହେଲା ନୋଟିସ୍

Published By : Prameya-News7 Bureau | March 16, 2023 IST

ଭୁବନେଶ୍ବର ୧୬।୩: ଗୃହ ବିଭାଗ ପକ୍ଷରୁ ଆଇପିଏସ ଅଫିସରଙ୍କ ବିରୋଧରେ ହୋଇପାରେ କାର୍ଯ୍ୟାନୁଷ୍ଠାନ । ୧୯୯୮ ବ୍ୟାଚ୍ ଓଡିଶା କ୍ୟାଡର ଆଇପିଏସ ଏନ.ବି. ଭାରତୀଙ୍କ ବିରୋଧରେ ହୋଇପାରେ କାର୍ଯ୍ୟାନୁଷ୍ଠାନ । ୩ ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟରେ ଯୋଗ ଦେଇନାହାନ୍ତି ଏହି ବରିଷ୍ଠ ଆଇପିଏସ୍ ।

ଖବରକାଗଜରେ ନୋଟିସ୍ ଜାରି କରିଛି ଓଡିଶା ପୋଲିସ ମୁଖ୍ୟାଳୟ । କାହିଁକି ତାଙ୍କୁ ଚାକିରୀରୁ ବହିଷ୍କାର କରାନଯିବ ସେ ନେଇ ୧୫ଦିନରେ ପକ୍ଷ ରଖିବାକୁ ନୋଟିସ୍ ଜାରି ହୋଇଛି । କର୍ଣ୍ଣାଟକର ତିନୋଟି ଠିକଣାକୁ ନୋଟିସ ପଠାଯାଇଛି ।

୨୦୧୭ ନଭେମ୍ବର ୨୩ରେ ଏହି ଆଇପିଏସଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହୋଇଥିଲା । ହ୍ୟୁମାନ୍ ରାଇଟ୍ ପ୍ରୋଟେକ୍ସନ ସେଲ୍‌ର ଆଇଜି ଭାବେ ସେତେବେଳେ ତାଙ୍କୁ ନିଯୁକ୍ତି ମିଳିଥିଲା । ୨୦୨୦ ଜାନୁଆରୀ ୩ରେ ଘଟଣାର ତଦନ୍ତ ଭାର ବରିଷ୍ଠ ଆଇପିଏସ୍ ବିନୟତୋଷ ମିଶ୍ର ନେଇଥିଲେ । ତଥାପି ସେ ଗୃହ ବିଭାଗର ବିନା ଅନୁମତିରେ ବେନିୟମ ଭାବେ କାର୍ଯ୍ୟରେ ଯୋଗ ଦେଇନଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.