Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଜଳ ସମ୍ପଦ ମନ୍ତ୍ରୀ ଟୁକୁନି ସାହୁଙ୍କ ସୂଚନା; ବଲାଙ୍ଗୀରକୁ ପାନୀୟ ଜଳ ପ୍ରକଳ୍ପ ପାଇଁ ୪୨୩ କୋଟି ଟଙ୍କା ମଞ୍ଜୁର କଲେ ସରକାର

29/05/2023 at 11:54 PM

ବଲାଙ୍ଗୀର ୨୯/୦୫: ଗ୍ରାମାଞ୍ଚଳରେ ଜନସାଧାରଣଙ୍କୁ ମିଳିବ ବିଶୁଦ୍ଧ ପିଇବା ପାଣି। ବଲାଙ୍ଗୀରର ବିଭିନ୍ନ ବ୍ଲକରେ ପାନୀୟ ଜଳଯୋଗାଣ ପାଇଁ ଆଜି ୪୨୩ କୋଟି ଟଙ୍କା ମନୁମୋଦନ କରିଛନ୍ତି ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏନେଇ ସୋମବାର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଜଳ ସମ୍ପଦ ଓ ପରିବହନ ବିଭାଗ ମନ୍ତ୍ରୀ ଟୁକୁନି ସାହୁ।

ବଲାଙ୍ଗୀରର ୬ଟି ବୃହତ ପାନୀୟ ଜଳ ପ୍ରକଳ୍ପ ପାଇଁ ୪୨୩ କୋଟି ଟଙ୍କା ଅନୁମୋଦନ କରାଯାଇଛି। ଯେଉଁଥିରେ ୪ଟି ବ୍ଲକର ୪୫ଟି ଗ୍ରାମପଞ୍ଚାୟତ ରହିଛି। ଏହି ପ୍ରକଳ୍ପ ଦ୍ୱାରା ୨୨୨ ଟି ଗାଁର ୧ ଲକ୍ଷ ୬୦ ହଜାରରୁ ଅଧିକ ଲୋକଙ୍କୁ ଶୁଦ୍ଧ ପାନିୟ ଜଳ ମିଳିବ। ତେବେ ବଲାଙ୍ଗୀରରେ ପ୍ରଚଣ୍ଡ ଖରା ହେଉଥିବା ବେଳେ ପୋଖରୀ, ନଦୀ, ନାଳ ସବୁ ଶୁଖିଯାଏ।

ବହୁ ଦୁରଦୁରାନ୍ତରରୁ ନଳକୁଅ ହେଉ କିମ୍ୱା କୌଣସି ସ୍ଥାନରୁ ପାଣି ଆଣିକି ବ୍ୟବହାର କରିଥାନ୍ତି ଲୋକ। ବିଶେଷ ଭାବେ ନଳକୂପ ପାଣଇ ପିଇ ରୋଗରେ ମଧ୍ୟ ଆକ୍ରାନ୍ତ ହୋଇଛନ୍ତି। ଏହି ପ୍ରକଳ୍ପ ଦ୍ବାରା ଏବେ ଲୋକଙ୍କ ଘରେ ଘରେ ପହଞ୍ଚିବ ଶୁଦ୍ଧ ପିଇବା ପାଣି। ଏଥିପାଇଁ ବଲାଙ୍ଗୀର ବିଜୁ ଜନତା ଦଳ ସହ ଜନସାଧାରଣଙ୍କ ପକ୍ଷରୁ ମୂଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ମନ୍ତ୍ରୀ ଟୁକୁନି ସାହୂ।

   Related Posts