ବଦଳିଲା ମେଡିକାଲ ବଣ୍ଡ ପଲିସି ନିୟମ, ଡାକ୍ତରୀ ଛାତ୍ରସଂଘର ବିରୋଧ
16/08/2019 at 8:25 PM

ଭୁବନେଶ୍ବର୧୬|୮: ବଦଳିଲା ମେଡିକାଲ ବଣ୍ଡ ପଲିସି ନିୟମ । ଏଣିକି ସରକାରୀ ମେଡିକାଲ କଲେଜରେ ଯେଉଁମାନେ ଏମବିବିଏସ ପରେ ପିଜି କିମ୍ବା ସୁପର ସ୍ପେଶାଲିଷ୍ଟ କୋର୍ସ କରିବେ ସେମାନେ ରାଜ୍ୟ ସରକାରଙ୍କ ଅଧୀନରେ ୨ବର୍ଷ କାମ କରିବାକୁ ବାଧ୍ୟ ହେବେ । ଯଦି ଏଭଳି ନ କରିନ୍ତି ତାହାହେଲେ ସେମାନଙ୍କୁ ଏଥିପାଇଁ ମୋଟା ଅଙ୍କର ଟଙ୍କା ଜମା କରିବାକୁ ପଡିବ । ଚଳିତ ବର୍ଷରୁ ଏହା ଲାଗୁ କରାଯିବା ବୋଲି ସରକାର ସୂଚନା ଦେଇଛନ୍ତି । ଯାହାକୁ ବିରୋଧ କରିଛନ୍ତି ଛାତ୍ରଛାତ୍ରୀ ।….

ରାଜ୍ୟରେ ବଦଳିଲା ମେଡିକାଲ ଚୁକ୍ତି ପଲିସି । ଏଣିକି ସରକାରୀ ମେଡିକାଲ କଲେଜରେ ଯେଉଁମାନେ ଏମବିବିଏସ ପରେ ପିଜି କିମ୍ବା ସୁପର ସ୍ପେଶାଲିଷ୍ଟ କୋର୍ସ କରିବେ ସେମାନେ ରାଜ୍ୟ ସରକାରଙ୍କ ଅଧୀନରେ କାମ କରିବାକୁ ବାଧ୍ୟ ହେବେ । ରାଜ୍ୟ ସରକାରଙ୍କ ଅଧୀନରେ ସେମାନେ ୨ ବର୍ଷ କାମ କରିବେ ।

ଯଦି ଏଭଳି ନ କରିନ୍ତି ତାହାହେଲେ ସେମାନଙ୍କୁ ଏଥିପାଇଁ ମୋଟା ଅଙ୍କର ଟଙ୍କା ଜମା କରିବାକୁ ପଡିବ । ଅର୍ଥାତ୍ ପିଜି ପିଲା ଦେଢ କୋଟି ଟଙ୍କା ଓ ସୁପର ସ୍ପେଶାଲିଟି ପିଲାଙ୍କୁ ୨ କୋଟି ଟଙ୍କା ଦେବାକୁ ପଡିବ । ପୂର୍ବରୁ ଏଥିପାଇଁ ୩୬ ଲକ୍ଷ ଟଙ୍କା ଛାତ୍ରଛାତ୍ରୀଙ୍କୁ ଦେବାକୁ ପଡୁଥିଲା । ଚଳିତ ବର୍ଷରୁ ଏହା ଲାଗୁ କରାଯିବା ନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ।

କେବଳ ସେତିକି ନୁହଁ, ଯେଉଁମାନେ ଓଡିଶାକୁ ପାଠପଢିବାକୁ ଆସିବେ ସେମାନେ ଓଡିଶାରେ ସର୍ବନିମ୍ନ ୨ ବର୍ଷ ରହି କାମ କରିବାକୁ ବାଧ୍ୟ । ନଚେତ ଏତିକି ଟଙ୍କା ଦେଲେ ଯାଇ ସେମାନେ ଯାଇପାରିବେ ବୋଲି ନିୟମ କରାଯାଇଛି । ତେବେ ଏହାକୁ ବିରୋଧ କରିଛନ୍ତି ମେଡିକାଲ୍ ଛାତ୍ରଛାତ୍ରୀ ।

ସରକାରଙ୍କ ଯୁକ୍ତି ଓଡିଶାବାସୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ନିଆଯାଇଛି । ଏହି ବଣ୍ଡର ପଇସା ବଢାଇଦେବା ଫଳରେ ବହୁତ ଡାକ୍ତର ଓଡିଶାରେ ରହିବେ ଏବଂ ଲୋକଙ୍କର ସେବା କରିବେ । ତେବେ ସରକାରଙ୍କ ଏହି ନିୟମ ଦ୍ବାରା ସ୍ବାସ୍ଥ୍ୟସେବା କ୍ଷେତ୍ରରେ କେତେ ପରିବର୍ତ୍ତନ ଆସିବ ତାକୁ ହିଁ ଅପେକ୍ଷା ।