ବସ୍ ଇନସ୍ୟୁରାନ୍ସ ଅବଧୀ ୬ ମାସ ବଢୁ, ଇଏମଆଇ ଉପରେ ହେଉ ସୁଧ ଛାଡ: କେନ୍ଦ୍ର ସରକାରଙ୍କୁ ରାଜ୍ୟ ପରିବହନ ମନ୍ତ୍ରୀ ଦେଲେ ପ୍ରସ୍ତାବ

Published By : Prameya-News7 Bureau | April 28, 2020 IST

ଭୁବନେଶ୍ୱର, ୨୮|୦୪: କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କାରୀଙ୍କ ସହ ଭିଡ଼ିଓ କନପରେନ୍ସିଂ ଜରିଆରେ ଆଲୋଚନା କଲେ ସମସ୍ତ ରାଜ୍ୟର ପରିବହନ ମନ୍ତ୍ରୀ।ରାଜ୍ୟର ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା  ମଧ୍ୟ ଭିଡିଓ କନଫେରେନ୍ସିରେ ଯୋଗ ଦେଇ ଓଡିଶାର ୨ଟି ପ୍ରସ୍ତାବ ରଖିଛନ୍ତି ।

ସେ ଭଡିଓ କନଫରେନ୍ସିଂରେ କହିଥିଲେ ଯେ, ବସ ଗୁଡିକର ଇନସ୍ୟୁରାନ୍ସ ଅବଧି ୬ ମାସ ବୃଦ୍ଧି କରାଯାଉ। କାରଣ ବର୍ତ୍ତମାନ ଗାଡ଼ି ଚାଲୁନି। ଲୋନରେ ବସ କିଣା ହୋଇଛି। ବର୍ତ୍ତମାନ ପାଇଁ ଇଏମଆଇର ସୁଧ ଛାଡ଼ କରିବା ପାଇଁ ସେ ପ୍ରସ୍ତାବ ଦେଇଛନ୍ତି ।ତେବେ ସମସ୍ତ ଦାବି  ଲିଖିତ ଭାବେ ଜଣାଇବାକୁ କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

 ଏହାସହ ଅନ୍ୟ ରାଜ୍ୟରୁ ଶ୍ରମିକ ଫେରିବା ପ୍ରସଙ୍ଗ ଓ ସେମାନଙ୍କ ମନିଟରିଂ ପାଇଁ କେନ୍ଦ୍ର ପକ୍ଷରୁ ଏକ ସମନ୍ବୟ କମିଟି ଗଠନ କରିବାକୁ ମଧ୍ୟ ପରିବହନ ମନ୍ତ୍ରୀ ଦାବି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.