ରାଜ୍ୟରେ Covid ମୁକାବିଲା ଲାଗି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ସରକାର ଖର୍ଚ୍ଚ କରିଛନ୍ତି ୪୭୨ କୋଟି ଟଙ୍କା

Published By : Prameya-News7 Bureau | October 04, 2020 IST

ଭୁବନେଶ୍ୱର ୪।୧୦: ଓଡିଶା ସରକାର ରାଜ୍ୟରେ କରୋନା ମୁକାବିଲା ଲାଗି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି (ସିଏମଆରଏଫ)ରୁ ୪୭୨ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ରାଜ୍ୟରେ କରୋନା ଜନିତ ପରିସ୍ଥିତିର ମୁକାବିଲା ନିମନ୍ତେ ଗତ ମାର୍ଚ୍ଚ ମାସରୁ ଏପର୍ଯ୍ୟନ୍ତ ରାଜ୍ୟ ସରକାର ଯଥାସମ୍ଭବ ଉଦ୍ୟମ ଜାରି ରଖିଛନ୍ତି। ଏଥିଲାଗି ସରକାର ସିଏମଆରଏଫରୁ କରିଥିବା ବ୍ୟୟନେଇ ରାଜ୍ୟ ଯୋଜନା ମନ୍ତ୍ରୀ ପଦ୍ମନାଭ ବେହେରା ଏକ ଲିଖିତ ପ୍ରଶ୍ନର ଜବାବରେ ବିଧାନସଭାକୁ ଏହି ସୂଚନା ଦେଇଛନ୍ତି।

ବେହେରା କହିଛନ୍ତି ଯେ ମାର୍ଚ୍ଚରୁ ଏପର୍ଯ୍ୟନ୍ତ ରାଜ୍ୟରେ କରୋନା ମୁକାବିଲା ଲାଗି ଅନୁନ୍ୟ୨ ହଜାର କୋଟି ଟଙ୍କା ଖର୍ଚ୍ଚ ହେଲାଣି। କୋଭିଡ ପରିଚାଳନା ଲାଗି ଏହି ଖର୍ଚ୍ଚରେ ସିଏମଆରଏଫ୍ ପାଣ୍ଠିରୁ ମଧ୍ୟ ବ୍ୟୟ ହୋଇଛି। ତେବେ ବେହେରା ତାଙ୍କ ଉତ୍ତରରେ ଏହି ସମୟରେ ସିଏମଆରଏଫକୁ କେଉଁ ସୂତ୍ରରୁ କେତେ ପାଣ୍ଠି ମିଳିଛି ସେ ନେଇ କୌଣସି ଜବାବ ରଖିନାହାନ୍ତି।

ରାଜ୍ୟରେ କରୋନା ଭାଇରସ ମହାମାରୀ ଲାଗି ଲୋକେ ସିଏମଆରଏଫକୁ ବଢିଚଢିକି ଦାନ କରିଥିଲେ। ତେବେ ଲୋକଙ୍କ ଦାନରୁ ସିଏମଆରଏଫକୁ କେତେ ଟଙ୍କା ମିଳିଥିଲା ସେ ନେଇ ମନ୍ତ୍ରୀ ତାଙ୍କ ଲିଖିତ ଉତ୍ତରରେ କୌଣସି ସୂଚନା ଦେଇ ନାହାନ୍ତି। ରାଜ୍ୟରେ ସିଏମଆରଏଫ କରୋନା କେୟାର ବାଦେ କରୋନା ସେଣ୍ଟର, ପୋଲିସ ଜବାନଙ୍କ ୱେଲଫେୟାର, ଶ୍ରମିକଙ୍କ ଟ୍ରେନ୍‌ ଟିକେଟ୍ ବାବଦ ଖର୍ଚ୍ଚ, ପ୍ରବାସୀ ଶ୍ରମିକଙ୍କୁ କ୍ୱାରେଣ୍ଟାଇନ୍ ଇନସେଣ୍ଟିଭ୍ ଏବଂ ପ୍ରବାସୀ ଓଡିଆ ଶ୍ରମିକଙ୍କ ପରିବହନ ବାବଦ ଖର୍ଚ୍ଚ ମଧ୍ୟ କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.