ପ୍ରମୋଦ ଭଗତଙ୍କୁ ୬କୋଟି ପୁରସ୍କାର ସହ ଗୁପ୍ର ‘ଏ’ ସରକାରୀ ଚାକିରି, ଘୋଷଣା କଲେ ରାଜ୍ୟ ସରକାର
8/09/2021 at 2:55 PM

ଭୁବନେଶ୍ୱର ୦୮।୦୯: ପ୍ରମୋଦ ଭଗତଙ୍କ ପାଇଁ ପୁରସ୍କାର ରାଶି ଘୋଷଣା । ଟୋକିଓ ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତିଥିବା ପ୍ରମୋଦ ଭଗତଙ୍କ ପାଇଁ ପୁରସ୍କାର ଘୋଷଣା କରିଛନ୍ତି ରାଜ୍ୟ ସରକାର । ପ୍ରମୋଦଙ୍କୁ ୬ କୋଟି ଟଙ୍କାର ଆର୍ଥିକ ରାଶି ସହ ଗ୍ରୁପ ‘ଏ’ ସରକାରୀ ଚାକିରି ଦେବାକୁ ଘୋଷଣା କରିଛନ୍ତି ସରକାର । ପ୍ରମୋଦ ଭୁବନେଶ୍ୱର ଫେରିବା ପରେ ତାଙ୍କୁ ଏହି ପୁରସ୍କାର ରାଶି ଦିଆଯିବ ।
ସୂଚନା।ଯୋଗ୍ୟ ଯେ, ଟୋକିଓ ପାରାଅଲିମ୍ପିକ୍ସର ବ୍ୟାଡ଼ମିଣ୍ଟନ ଖେଳରେ ପ୍ରମୋଦ ଭଗତ ସୁନା ପଦକ ଜିତିଥିଲେ । ପୂର୍ବରୁ ଅଲିମ୍ପିକ୍ସ ଓ ପାରା ଅଲିମ୍ପିକ୍ସରେ ପଦକ ବିଜେତାଙ୍କୁ ପୁରସ୍କାର ଦିଆଯିବ ବୋଲି ଘୋଷଣା କରିଥିଲେ ରାଜ୍ୟ ସରକାର । ସ୍ୱର୍ଣ୍ଣକୁ ୬ କୋଟି, ରୌପ୍ୟକୁ ୪ କୋଟି ଓ କାଂସ୍ୟ ପଦକ ବିଜେତାଙ୍କୁ ୨.୫ କୋଟି ଟଙ୍କା ଦିଆଯିବ ବୋଲି ଘୋଷଣା କରିଥିଲେ ସରକାର । ତେବେ ପୂର୍ବ ଘୋଷଣା ମୁତାବିକ ପ୍ରମୋଦ ଭଗତଙ୍କୁ ୬ କୋଟି ଟଙ୍କାର ପୁରସ୍କାର ଦିଆଯିବ । ଏହାସହିତ ଗ୍ରୁପ ‘ଏ’ ସରକାରୀ ଚାକିରି ଦେବାକୁ ମଧ୍ୟ ଘୋଷଣା ହୋଇଛି । କିନ୍ତୁ ପ୍ରମୋଦ ଭୁବନେଶ୍ୱର ଫେରିବା ପରେ ତାଙ୍କୁ ଏହି ପୁରସ୍କାର ରାଶିର ଚେକ୍ ଦିଆଯିବ ବୋଲି ଜଣାପଡିଛି ।