ଅଜବ ସଉକ: ବିଭିନ୍ନ ଦେଶର ୫ ହଜାରରୁ ଅଧିକ ମାଚିସ୍ ଡବା ସଂଗ୍ରହ କରିଛନ୍ତି ଭୁବନେଶ୍ୱରର ଦିବ୍ୟାଂଶୀ

Published By : Prameya-News7 Bureau | December 21, 2020 IST

ଭୁବନେଶ୍ୱର ୨୧/୧୨ : ଦୁନିଆରେ ବିଭିନ୍ନ ଲୋକଙ୍କର ଭିନ୍ନ ଭିନ୍ନ ସଉକ। କିଛି ଲୋକ ବିଭିନ୍ନ ଦେଶର ମୁଦ୍ରା ସଂଗ୍ରହ କରିବାକୁ ଭଲପାଆନ୍ତି ତ କିଛି ଲୋକ ବିଭିନ୍ନ ପ୍ରକାର ଷ୍ଟାମ୍ପ ଟିକେଟ ସଂଗ୍ରହ କରିବାକୁ ଭଲପାଆନ୍ତି। ସେହିଭଳି ବିଭିନ୍ନ ଜାଗାକୁ ଯାଇ ସେଠାକାର ଫଟୋ ସଂଗ୍ରହ କରିବା ମଧ୍ୟ କିଛି ଲୋକଙ୍କ ସଉକ। କାହାକୁ ବିଭିନ୍ନ ଦେଶର ବ୍ୟଞ୍ଜନ ପ୍ରସ୍ତୁତ କରିବା ପସନ୍ଦ। ଓଡିଶାର ଜଣେ ଶିଶୁଙ୍କର ମଧ୍ୟ ଏହିଭଳି ଏକ ଅଜବ ସଉକ ଅଛି। ଭୁବନେଶ୍ୱରର ତୃତୀୟ ଶ୍ରେଣୀର ଛାତ୍ରୀ ଦିବ୍ୟାଂଶୀ ଅନେକ ଦେଶର ମାଚିସ ଡବା ଜମା କରିବାକୁ ଭଲପାଆନ୍ତି। 

{"id":380795,"sizeSlug":"large","linkDestination":"none"}

ଦିବ୍ୟାଂଶୀ ଏବେ ସୁଦ୍ଧା ୫ ହଜାରରୁ ଅଧିକ ମାଚିସ ଡବା ସଂଗ୍ରହ କରିଛନ୍ତି। ଦିବ୍ୟାଂଶୀ ଭାରତ ସହ ଅନେକ ଦେଶର ମାଚିସ ଡବା ସଂଗ୍ରହ କରିଛନ୍ତି। ସେ କହିଛନ୍ତି ଯେ ଯେତେବେଳେ ତାଙ୍କର କିଏ ସମ୍ପର୍କୀୟ ବିଦେଶକୁ ଯାଆନ୍ତି ସେ ସେମାନଙ୍କୁ ସେଠାକାର ମାଚିସ ଡବା ଆଣିବାକୁ କୁହନ୍ତି। ଦିବ୍ୟାଂଶୀ କେବେ ବିଦେଶ ଯାଇନାହାନ୍ତି। ଦିବ୍ୟାଂଶୀଙ୍କ ପାଖରେ ନେପାଳ, ଭୁଟାନ, ଜାପାନ, ବାଙ୍ଗଲାଦେଶ ସହ ଅନେକ ଦେଶର ମାଚିସ ଅଛି।

{"id":380797,"sizeSlug":"large","linkDestination":"none"}

ଦିବ୍ୟାଂଶୀ କହିଛନ୍ତି ଯେ ତାଙ୍କର ଏହି ସଉକ ତାଙ୍କ ବାପାଙ୍କ ଯୋଗୁଁ। ଦିବ୍ୟାଂଶୀଙ୍କ ବାପା ବନ୍ୟଜନ୍ତୁ ଫଟୋଗ୍ରାଫର। ସେ ଯେବେବି ବାହାରକୁ ଯାଆନ୍ତି ସେଠାରୁ ମାଚିସ ଡବା ନେଇଆସନ୍ତି। ସେ କହିଛନ୍ତି, 'ମୋ ବାପା ଜଣେ ବନ୍ୟଜନ୍ତୁ ଗଟଗ୍ରାଫର। ସେଥିପାଇଁ ସେ ବହୁତ ଯାତ୍ରା କରନ୍ତି। ମୁଁ ମୋ ସମ୍ପର୍କୀୟମାନଙ୍କୁ ମଧ୍ୟ ବିଦେଶରୁ ମାଚିସ ଆଣିବାକୁ କୁହେ। ମୋ ବାପା ବନ୍ୟଜନ୍ତୁ ଫଟୋଗ୍ରାଫର ହୋଇଥିବାରୁ ବିଦେଶ ଯାତ୍ରା କରନ୍ତି ଏବଂ ସେଠାରୁ ମାଚିସ ଡବା ନେଇଆସନ୍ତି। ମୁଁ ଏସବୁ ଜମା କରେ। ଧୀରେ ଧୀରେ ଏହା ମୋର ସଉକରେ ପରିଣତ ହୋଇଯାଇଛି।'

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.