ରେଳ ବଜେଟ୍ : ଓଡିଶାକୁ ୫ହଜାର ୯୯୩ କୋଟି ଅନୁଦାନ, ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ପାଇଁ ୩୫୦ କୋଟି
10/07/2019 at 4:11 PM

ନୂଆଦିଲ୍ଲୀ ୧୦|୭: ସଂସଦରେ ରେଳ ବଜେଟ୍ ଉପସ୍ଥାପନ ହୋଇଛି । ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟରେ ଓଡିଶା ପାଇଁ ମୋଟ୍ ୫ହଜାର ୯ଶହ ୯୩ କୋଟି ଟଙ୍କା ରେଳ ଅନୁଦାନ ଦିଆଯାଇଛି । ଏହି ଅନୁଦାନରେ ବିଭିନ୍ନ ନୂଆ ପ୍ରକଳ୍ପ କାମ ଶେଷ କରାଯିବ ।
ବଜେଟ୍ ରେ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ପାଇଁ ୩୫୦ କୋଟି, ଅନୁଗୋଳ-ସୁକିନ୍ଦା ରେଳପଥ ପାଇଁ ୨୫୦ କୋଟି, ହରିଦାସପୁର-ପାରାଦ୍ବୀପ ରେଳପଥ ପାଇଁ ୪୦୦ କୋଟି, ତାଳଚେର-ବିମଳାଗଡ ରେଳପଥ ପାଇଁ ୧୫୦ କୋଟି, ଜୟପୁର-ମାଲକାନଗିରି ରେଳପଥ ପାଇଁ ୭୦ କୋଟି, ଖୋର୍ଦ୍ଧା-ବାରଙ୍ଗ ରେଳପଥ ପାଇଁ ୮ କୋଟି, ସମ୍ବଲପୁର-ଟିଟିଲାଗଡ ରେଳପଥ ପାଇଁ ୧୭୦ କୋଟି, ବାଂଶପାଣି-ଦୈତାରୀ ରେଳପଥ ପାଇଁ ୮୫ କୋଟି ଟଙ୍କା ଅନୁଦାନ ମିଳିଛି । ବିଭିନ୍ନ ପ୍ରୋଜେକ୍ଟ ପାଇଁ ପାଖାପାଖି ୫ହଜାର ୮ଶହରୁ ୬ ହଜାର କୋଟି ଟଙ୍କା ଓଡିଶା ପାଇଁ ଅନୁଦାନ ଦିଆଯାଇଛି ।
ସେହିଭଳି ଯାତ୍ରୀଙ୍କ ସୁବିଧା ପାଇଁ ୧୮୦ କୋଟି ଟଙ୍କାର ଅନୁଦାନ ଦିଆଯାଇଛି । ଭୁବନେଶ୍ବର କୋଚ୍ ଡିପୋରେ ୨ଟି ଅଟୋମେଟିକ ୱାଶିଂ ପ୍ଲାଣ୍ଟ, ବାଘୁଆପାଳ ଷ୍ଟେସନରେ ଫ୍ଲାଇଓଭର ନିର୍ମାଣ ପାଇଁ ବଜେଟରେ ଘୋଷଣା କରାଯାଇଛି । ଆଉ ୧୦ଟି ଫ୍ଲାଏ ଓଭର ନିର୍ମାଣ ପାଇଁ ସର୍ଭେ କରିବାକୁ ବଜେଟରେ ଘୋଷଣା କରାଯାଇଛି ।