suno sunao
Hari omm 2
hari om films
suno sunao new
HARI-OMM_728X90_B
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜେରୁଜେଲମ୍‌ରେ ପ୍ରାର୍ଥନାସ୍ଥଳରେ ଆତଙ୍କୀ ହମଲା, ଗୁଳିମାଡ଼ରେ ୮ମୃତ
  • ||
  • କେନ୍ଦୁଝର: ବୋଲେରୋ ଓ ଅଟୋ ମୁହାଁମୁହିଁ ଧକ୍କା, ୩ ମୃତ ଗୁରୁତର
  • ||

ଓଡିଶା ବନାଞ୍ଚଳ ଉନ୍ନୟନ ସମିତିର କର୍ମଶାଳା, “ସମୀକ୍ଷ।: ବହୁବିଧ ଉତ୍ପାଦ ପୁଞ୍ଜ କାର୍ଯ୍ୟକ୍ରମ ମାଧ୍ୟମରେ ରୂପାନ୍ତରଣ ପ୍ରାପ୍ତି”

23/08/2022 at 8:50 PM

ଭୁବନେଶ୍ଵର, ୨୩/୦୮: ଓଡିଶା ବନାଞ୍ଚଳ ଉନ୍ନୟନ ସମିତିର ଏକଦିବସୀୟ କର୍ମଶାଳା ଆୟୋଜିତ । “ସମୀକ୍ଷ।: ବହୁବିଧ ଉତ୍ପାଦ ପୁଞ୍ଜ କାର୍ଯ୍ୟକ୍ରମ ମାଧ୍ୟମରେ ରୂପାନ୍ତରଣ ପ୍ରାପ୍ତି” ଶୀର୍ଷକ କାର୍ଯ୍ୟକ୍ରମ ୧୭ ଅଗଷ୍ଟ ୨୦୨୨ରେ ଭୁବନେଶ୍ଵରରେ ଅନୁଷ୍ଠିତ ହୋଇଥିଲା ।

ଓଡିଶା ସରକାରଙ୍କ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ସତ୍ୟବ୍ରତ ସାହୁ, ଭା.ପ୍ର.ସେ. ମୁଖ୍ୟ ଅତିଥି ଭାବେ ଏହି କର୍ମଶାଳାକୁ ଉଦଘାଟନ କରିଥିଲେ । ରାଜ୍ୟର ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଏବଂ ବନ ବାହିନୀର ମୁଖ୍ୟ ଶ୍ରୀଯୁକ୍ତ ଦେବୀଦତ୍ତ ବିଶ୍ଵାଳ, ଭା.ବ.ସେ. ଏହି କାର୍ଯ୍ୟକ୍ରମରେ ସମାନ୍ନିତ ଅତିଥି ଭାବେ ଯୋଗଦାନ କରିଥିଲେ । କର୍ମଶାଳାର ଉଦଘାଟନ ଅଧିବେଶନରେ ଅନ୍ୟ ଉଚ୍ଚ ପଦସ୍ଥ କର୍ମକର୍ତ୍ତାଙ୍କ ମଧ୍ୟରେ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ପ୍ରକଳ୍ପ) ଏବଂ ପ୍ରକଳ୍ପ ନିର୍ଦ୍ଦେଶିକା, ଓଡିଶା ବନାଞ୍ଚଳ ଉନ୍ନୟନ ସମିତି ଡ. ମୀତା ବିଶ୍ଵାଳ ଭା.ବ.ସେ. ଯୋଗଦାନ କରିଥିଲେ ।

କାର୍ଯ୍ୟ ସମ୍ପାଦନର ସାମର୍ଥ୍ୟ ଏବଂ ପରିସର ସମ୍ବନ୍ଧରେ ପ୍ରତ୍ୟେକ ଅଂଶଗ୍ରହଣକାରୀଙ୍କ ଅବଦାନ ବିଷୟରେ କର୍ମଶାଳାରେ  ବିଶଦଭାବେ ଆଲୋଚନା ହୋଇଥିଲା । ଏଥିରେ ସମସ୍ତ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ, ପ୍ରକଳ୍ପ ବନଖଣ୍ଡ ଗୁଡିକର ବନଖଣ୍ଡ ଅଧିକାରୀ ତଥା ଖଣ୍ଡୀୟ ପରିଚାଳନା ଏକକ ମୁଖ୍ୟ ଏବଂ ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ – ଦ୍ଵିତୀୟ ପର୍ଯ୍ୟାୟରେ ନିୟୋଜିତ ସହଭାଗୀ ଅଣ ସରକାରୀ ସଂସ୍ଥାର କର୍ମକର୍ତ୍ତାମାନେ ଯୋଗଦାନ କରିଥିଲେ । KIIT–TBI ଭୁବନେଶ୍ଵର, ଭୁବନେଶ୍ଵର ସିଟି ନଲେଜ ଇନୋଭେସନ କ୍ଲଷ୍ଟର (BCKIC) ଏବଂ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଏଣ୍ଟରପ୍ରିନ୍ୟୁରସିପ (IIE) ଗୌହାଟିଙ୍କ ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ସଞ୍ଚାଳିତ ହୋଇଥିଲା ।

   Related Posts