ଆନ୍ଦୋଳନ ପ୍ରତ୍ୟାହାର କଲେ ଅଗ୍ନିଶମ କର୍ମଚାରୀ, ଏସ୍‌ମା ଓ ବାଧ୍ୟତାମୂଳକ ଅବସର ଚେତାବନୀ ପରେ ଓହରିଲେ

Published By : Prameya-News7 Bureau | February 23, 2024 IST

ଭୁବନେଶ୍ବର ୨୩।୨: ଆନ୍ଦୋଳନ ପ୍ରତ୍ୟାହାର କଲେ ଅଗ୍ନିଶମ କର୍ମଚାରୀ । କାର୍ଯ୍ୟରେ ଯୋଗ ଦେବେ କହିଲେ ଆନ୍ଦୋଳନରତ କର୍ମଚାରୀ  । ଏସ୍‌ମା ଓ ବାଧ୍ୟତାମୂଳକ ଅବସର ଚେତାବନୀ ପରେ ଆନ୍ଦୋଳନରୁ ଓହରିଲେ ଅଗ୍ନିଶମ କର୍ମଚାରୀ ।

ଗତ ୨୧ ତାରିଖରେ ଅଗ୍ନିଶମ କର୍ମଚାରୀଙ୍କ ଆନ୍ଦୋଳନ ଉପରେ ଏସ୍‌ମା (ESMA) ଲାଗିଥିଲା । ଅତ୍ୟାବଶ୍ୟକ ସେବା ଆଇନ ଏସ୍‌ମା ଲଗାଇଥିଲେ ରାଜ୍ୟ ସରକାର । ଆଗାମୀ ୬ ମାସ ପର୍ଯ୍ୟନ୍ତ ବଳବତ୍ତର ରହିବା ନେଇ ବିଜ୍ଞପ୍ତି ଜାରି କରାଯାଇଥିଲା ।

ସୂଚନାଯୋଗ୍ୟ ଯେ, ଦୁଇ ଦଫା ଦାବି ନେଇ ସମସ୍ତ ଅଗ୍ନିଶମ ସେବା ଅଫିସରେ ଆଗ୍ନିକ, ମୁଖ୍ୟ ଆଗ୍ନିକ ଏବଂ ଆଗ୍ନିକ ଡ୍ରାଇଭରମାନେ ଅନିର୍ଦ୍ଧିଷ୍ଟ କାଳ ପାଇଁ କାର୍ଯ୍ୟବନ୍ଦ ଆନ୍ଦୋଳନରେ ବସିଥିଲେ । ପୋଲିସ କନଷ୍ଟେବଳ ଏବଂ ହାବିଲଦାରଙ୍କ ଭଳି ସମାନ ମାନ୍ୟତା ଦରମା ପ୍ରଦାନ ଏବଂ ଅଗ୍ନିଶମ କର୍ମଚାରୀଙ୍କ ସରକାରୀ ସଂଘ ମାନ୍ୟତା ଦାବି କରିଥିଲା ସଂଘ । ପୂର୍ବରୁ ଦୁଇ ମାସ ଧରି କଳାବ୍ୟାଚ ପରିଧାନ କରି କାର୍ଯ୍ୟ କରୁଥିବା ବେଳେ ବର୍ତ୍ତମାନ ଦାବି ପୂରଣ ନ ହେବା ଯାଏ ଅନିର୍ଦ୍ଦିଷ୍ଟ କାଳ କାର୍ଯ୍ୟବନ୍ଦ ଓ ଅହୋରାତ୍ର ଧାରଣାରେ ବସିବେ ବୋଲି କର୍ମଚାରୀମାନେ କହିଥିଲେ । ଅନ୍ୟପଟେ ଅଗ୍ନିଶମ ସେବା ଏକ ଜରୁରୀକଳୀନ ସେବା । ଏଥିରେ କୌଣସି ପ୍ରକାର ତ୍ରୁଟିକୁ ବରଦାସ୍ତ କରାଯିବନି ବୋଲି ରାଜ୍ୟ ସରକାର କହିଥିଲେ । ତେଣୁ ଆଗାମୀ ୬ ମାସ ପାଇଁ ଏସମା ଲାଗୁ କରିଥିଲେ ସରକାର । 

You Can Read :

wp:embed {"url":"https://www.prameyanews7.com/5t-chairman-visited-ekamra-development-project-at-bhubaneswar/","type":"wp-embed","providerNameSlug":"prameya-news-7"}
https://www.prameyanews7.com/5t-chairman-visited-ekamra-development-project-at-bhubaneswar/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.