oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫାଷ୍ଟଫୁଡ୍ ଦୋକାନରୁ ମାଲିକଙ୍କ ମୃତଦେହ ଉଦ୍ଧାର, ତଦନ୍ତ ଆରମ୍ଭ କଲା ପୋଲିସ୍‌
  • ||
  • ରାୟଗଡ଼ା : ଗୁମ୍ମା ଘାଟିରେ ଦୁର୍ଘଟଣା : ସ୍ୱାମୀ ମୃତ, ସ୍ତ୍ରୀ ଏବଂ ପୁଅ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୯ କୋଭିଡ୍ ପଜିଟିଭ୍
  • ||
  • ମେକ୍ସିକୋ ଧୁଆଁଧାର ଫାୟାରିଂ: ୭ ପୋଲିସ କର୍ମଚାରୀ, ମେୟରଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ
  • ||
  • ଜଲପାଇଗୁଡ଼ିରେ ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ବନ୍ୟାରେ ଭାସି ୭ ମୃତ
  • ||

ସାମୁଦ୍ରିକ ବାତ୍ୟା ‘ଫନି’ ପାଇଁ ସଜାଗ ରହିବେ ଅଗ୍ନିଶମ କର୍ମଚାରୀ

30/04/2019 at 1:03 PM

ଭୁବନେଶ୍ବର ୩୦|୪: ଓଡିଶା ଉପକୂଳ ମୁହାଁଉଛି ସାମୁଦ୍ରିକ ବାତ୍ୟା ‘ଫନି’ । ‘ଫନି’ ପାଇଁ ଅଗ୍ନିଶମ କର୍ମଚାରୀଙ୍କ ଛୁଟି ବାତିଲ ହୋଇଛି । କଟକରେ ୬୦ ଏବଂ ଭୁବନେଶ୍ବରରେ ୩୦ ଅଗ୍ନିଶମ କର୍ମଚାରୀ ସଜାଗ ରହିବେ । ରାଜ୍ୟରେ ୩୩୫ ଅଗ୍ନିଶମ ୟୁନିଟ୍ ସଜାଗ ରହିବେ । ପ୍ରତି ଜିଲ୍ଲାର ବରିଷ୍ଠ ଅଗ୍ନିଶମ ଅଧିକାରୀ ଟିମ୍ ପରିଚାଳନା କରିବେ । ବିଭିନ୍ନ ଜିଲ୍ଲାରେ ୧୨ ୟୁନିଟ୍ ଏନଡିଆରଏଫ, ୨୦ ୟୁନିଟ୍ ଓଡ୍ରାଫ୍ ନିୟୋଜିତ ରହିବେ । ଏ ନେଇ ଅଗ୍ନିଶମ ସେବା ସ୍ବତନ୍ତ୍ର ଡିଜି ବି.କେ ଶର୍ମା ସୂଚନା ଦେଇଛନ୍ତି ।

ଧୀରେ ଧୀରେ ଶକ୍ତିଶାଳୀ ହେଉଛି ବାତ୍ୟା ‘ଫନି’ । ଏବେ ଏହା ବଙ୍ଗୋପସାଗର ଭିତରେ ଭେରି ସିଭିଅର ସାଇକ୍ଲୋନିକ୍ ଷ୍ଟର୍ମର ରୂପ ନେଇଛି । ଚେନ୍ନାଇଠାରୁ ୬୭୦ କିଲୋମିଟର ଏବଂ ମଛଲିପଟନମ୍ ରୁ ୭୬୦କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି । ‘ଫନି’ ଏବେ ଘଣ୍ଟାପ୍ରତି ୧୬କିଲୋମିଟର ବେଗରେ ଗତି କରୁଛି । ଆସନ୍ତା ୩୬ଘଣ୍ଟା ଭିତରେ ‘ଫନି’ ଭୀଷଣ ସିଭିଅର ସାଇକ୍ଲୋନିକ୍ ଷ୍ଟର୍ମର ରୂପ ନେବା ସହ ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରିବ ।

ତେବେ ଆଜି ସନ୍ଧ୍ୟା ପରେ ଏହାର ଚିତ୍ର ସ୍ପଷ୍ଟ ହେବ ଯେ, ଏହା ଓଡିଶା ମଧ୍ୟକୁ ପ୍ରବେଶ କରିବ କି ଉପକୂଳ ଆଡକୁ ଗତି କରିବ । ତେବେ ‘ଫନି’ ପ୍ରଭାବରେ ୨ ତାରିଖରୁ ଓଡିଶାରେ ପ୍ରବଳ ବର୍ଷା ହେବ । ପବନର ଘଣ୍ଟା ପ୍ରତି ବେଗ ୧୮୦ରୁ ୨୦୦କିଲୋମିଟର ରହିବ ବୋଲି ଆକଳନ କରାଯାଉଛି । ବର୍ତ୍ତମାନର ଆକଳନ ଅନୁଯାୟୀ ବାତ୍ୟା ‘ଫନି’ ୪ ତାରିଖରେ ଲ୍ୟାଣ୍ଡ୍ ଫଲ୍ କରିବ । ସେତେବେଳେ ତାହା ଭେରି ସିଭିଅର ସାଇକ୍ଲୋନିକ୍ ଷ୍ଟର୍ମ ଥିବ । ଓଡିଶା ଓ ପଶ୍ଚିମବଙ୍ଗରେ ପ୍ରବଳ ବର୍ଷା ହେବ । ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ । ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି ।

   Related Posts