ବିଧାନସଭାରେ ଅର୍ଥମନ୍ତ୍ରୀଙ୍କ ଉତ୍ତର, କହିଲେ-ରାଜ୍ୟ ଋଣ ଭାରରେ ବୁଡି ନାହିଁ…
13/03/2023 at 2:30 PM

ଭୁବନେଶ୍ୱର ୧୩।୦୩ : ରାଜ୍ୟର ଋଣ ଭାରକୁ ନେଇ ବିଧାନସଭାରେ ଅର୍ଥମନ୍ତ୍ରୀଙ୍କ ଉତ୍ତର। ରାଜ୍ୟ ଋଣ ଭାରରେ ବୁଡି ନାହିଁ। ରାଜ୍ୟଠୁ କେନ୍ଦ୍ରର ଋଣ ଭାର ଅଧିକ ରହିଛି। କେନ୍ଦ୍ର ବଜେଟ ଅନୁଯାୟୀ ୨୫ ପ୍ରତିଶତ ରହିଛି ଋଣ ଭାର । ଆର୍ଥିକ ପରିଚାଳନାରେ ମଧ୍ଯ ଓଡିଶା ଏକ ନମ୍ବର ବୋଲି କହିଛନ୍ତି ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ।
ସେହିପରି ମାର୍ଚ୍ଚ ୨୦୨୨ ସୁଧା ରାଜ୍ୟ ସରକାର ୯୭ ହଜାର ୨୦୪ କୋଟି ଟଙ୍କା ଋଣ କରିଛନ୍ତି। ଖୋଲା ବଜରରୁ ୨୮ ହଜାର ୫୦୭ କୋଟି ଟଙ୍କା ଋଣ କରିଛନ୍ତି। ବର୍ତ୍ତମାନ ମୁଣ୍ଡ ପିଛା ଋଣ ୨୨ ହଜାର ୪୨ ଟଙ୍କା ଥିବା ବେଳେ ମୁଣ୍ଡ ପିଛା ଆୟ ୧ ଲକ୍ଷ ୨୮ ହଜାର ୮୭୩ ଟଙ୍କା ରହିଛି। ୧୯୯୯ ମସିହାରେ ମୁଣ୍ଡ ପିଛା ଋଣ ୪ ହଜାର ୯୧୮ ଟଙ୍କା ରହିଥିବା ବେଳେ ମୁଣ୍ଡ ପିଛା ଆୟ ଥିଲା ୧୩ ହଜାର ୧୨ ଟଙ୍କା ରହିଥିଲା।
Related Posts
କମିଲା ପଶ୍ଚିମାଝଡ଼ ପ୍ରଭାବ, ରବିବାରଠୁ ବଢିବ ତାତି
2 April 2023
ଏପ୍ରିଲ ୧୧ରୁ ସକାଳୁଆ ସ୍କୁଲ, ଘୋଷଣା କଲେ ରାଜ୍ୟ ସରକାର
1 April 2023