ପ୍ରକାଶ ପାଇଲା ଚୂଡାନ୍ତ ଭୋଟର ତାଲିକା ; ୫ଲକ୍ଷ ବଢିଲେ ଭୋଟର
21/01/2019 at 12:59 PM

ଭୁବନେଶ୍ବର ୨୧|୧: ୨୦୧୯ ସାଧାରଣ ନିର୍ବାଚନ ପାଇଁ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର । ଭୋଟର ତାଲିକା ସଂଶୋଧନ ପରେ ୫ ଲକ୍ଷ ଭୋଟର ସଂଖ୍ୟା ବୃଦ୍ଧି ପାଇଛି । ବର୍ତ୍ତମାନ ରାଜ୍ୟର ଭୋଟର ସଂଖ୍ୟା ୩ କୋଟି ୧୮ ଲକ୍ଷ ୭୮୭ ରହିଛି । ବିଭିନ୍ନ କାରଣରୁ ୬ ଲକ୍ଷ ୫୦ ହଜାର ୩୬୫ ଭୋଟର ବାଦ୍ ପଡିଛନ୍ତି ।