ବିଲରେ ସାରିଲାଣି କାମ ହେଲେ ଚାଷ ପାଇଁ ମିଳୁନି ବିହନ

Published By : Prameya-News7 Bureau | June 29, 2018 IST

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ରେ ଚଳିତ ବର୍ଷ ୧୧୯୦୦ ହେକ୍ଟର ଚାଷ ଜମି ରେ ଚାଷ କାର୍ଯୟ ହେବା ପାଇଁ ୧୩୮୫ କ୍ୱିଣ୍ଟାଲ ଧାନ ବିହନର ଆବଶ୍ୟକତା ରହିଛି । କିନ୍ତୁ ସରକାର ପ୍ରାଇଭେଟ ଧାନ ବିହନ ବିକ୍ରୟ ପାଇଁ ୭୫ କ୍ୱିଣ୍ଟାଲ ଏବଂ କେନ୍ଦ୍ର ସମବାୟ ସମିତି ମାଧ୍ୟମରେ ୧୫ କ୍ୱିଣ୍ଟାଲ ମୋଟ ୯୦ କ୍ୱିଣ୍ଟାଲ ବିହନ ପଟ୍ଟାମୁଣ୍ଡାଇ ବ୍ଲକୁ ଯୋଗାଇ ଦେଇଛନ୍ତି । କିନ୍ତୁ ଚାଷୀ ପ୍ରଥମେ ଯେଉଁ କିଛି କିଛି ତଳି ପକାଇଥିଲେ ତାହା ଟାଣ ଖରାରେ ମରିଯାଇଥିବାରୁ ପୁନର୍ବ।ର ଆଛରା ତଳି ପକାଇବା ପାଇଁ ବିହନ କେନ୍ଦ୍ରକୁ ଗଲା ବେଳକୁ ଆବଶ୍ୟକ ଏବଂ ଚାହିଦା ଅନୁସାରେ ପୂଜା , ସ୍ବର୍ଣ୍ଣ ,ଶାରଳା ଆଦି ବିହନ ମଳୁନାହିଁ । ତଳି ପକାଇବା ସମୟ ବିଳମ୍ଭ ହେଉଥିବାରୁ ଚାଷୀ କୂଳ ଏବେ ଚିନ୍ତାରେ | ସେପଟେ ସମାନ ଅବସ୍ଥା ଦେଖବାକୁ ମିଳିଛି ମଧ୍ୟ ରାଜନଗର ବ୍ଲକରେ । ଗଜପତି ଜିଲ୍ଲାରେ ଚାଷୀଙ୍କୁ ମିଳୁନି ଧାନ ବିହନ । ବିଶେଷ କରି ଚାଷୀଙ୍କ ଆବଶ୍ୟକ ଥିବା ପୂଜା ବିହନ ତ ଜମାରୁ ମିଳୁନାହିଁ । ଏଭଳି ଅଭିଯୋଗ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସୁଥିବା ବେଳେ ଚାଷୀ ମୁଣ୍ଡରେ ଚଡକ ପଡିଛି । ତେବେ ବିହନ ଯୋଗାଇବା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଉଥିବା କହିଛନ୍ତି କୃଷି ବିଭାଗ ଅଧିକାରୀ । ବଡ଼ଚଣାରେ ୧୫ ହଜାର ହେକ୍ଟର ଚାଷ ଜମି ଥତ୍ଲାବଳେ ସେଥତ୍ରୁ ୧୨ ହଜାର ହେକ୍ଟର ଜମିରେ ଚଳିତ ବର୍ଷ ଧାନ ଚାଷ ହୋଇଛି। କିନ୍ତୁ ବର୍ତମାନ ସୁଦ୍ଧା ମାତ୍ର ୩୫୦କ୍ୱିଣ୍ଟାଲ ବିହନ ବଡ଼ଚଣା କୃଷି ଅଫିସରେ ପହଂଚିଥିବା ବେଳେ ଅନେକ ଚାଷୀ ବିହନ ପାଇଁ ବ୍ଲକକୁ ଫେରିଯାଉଛନ୍ତି ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ସୃଷ୍ଟି ହୋଇ ଅସନ୍ତୋଷ । ଯାହାକି ଚାଷୀମାନେ ବାରମ୍ବାର ବଡ଼ଚଣା କୃଷି ବିଜ୍ଞାନ କେନ୍ଦ୍ର ବିହନ ପାଇଁ ଯାଇ ଫେରିଆସୁଛନ୍ତି । ବିହନ ନ ମିଳିବାରୁ ଏପର୍ଯ୍ୟନ୍ତ ବିଲରେ ଲଙ୍ଗଳ ଗାର ପଡ଼ନାହିଁ । ସରକାର ଅନେକ ସୁବିଧା ଚିନ୍ତା ଧାରା ନେଇଥିବା ବେଳେ ବଡ଼ଚଣାରେ ତାହା ଫେଲ୍ ମାରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.