suno sunao
suno sunao
suno sunao
suno sunao
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଆସନ୍ତାକାଲି ଓଡ଼ିଶା ଡ୍ରାଇଭର ମହାସଂଘର ଷ୍ଟିୟରିଂ ଛାଡ ଆନ୍ଦୋଳନ, ବସ୍ ଗଡିବ କି ନାହିଁ ଦ୍ଵନ୍ଦ୍ଵରେ ଡ୍ରାଇଭର ଏବଂ ମାଲିକ

14/03/2023 at 10:32 PM

ଭୁବନେଶ୍ଵର: ୧୦ ଦଫା ଦାବିରେ ଆସନ୍ତାକାଲି ଷ୍ଟିୟରିଂ ଛାଡ ଆନ୍ଦୋଳନକୁ ଓହ୍ଲାଉଛନ୍ତି ଓଡ଼ିଶା ଡ୍ରାଇଭର ମହାସଂଘ। କିନ୍ତୁ ରାଜ୍ୟରେ ଗଡିବ ବସ୍। ସ୍ଵାଭାବିକ ଭାବେ ବସ୍ ଚଳାଚଳ କରିବ ବୋଲି କହିଛି ଘରୋଇ ବସ୍ ମାଲିକ ସଂଘ।କିନ୍ତୁ ଷ୍ଟିୟରିଂ ଛାଡ ଜିଦ୍‌ରେ ଅଟଳ ଓଡିଶା ଡ୍ରାଇଭର ମହାସଂଘ।ତେବେ କାଲି ରାଜ୍ୟରେ ବସ୍ ଗଡିବ କି ନାହିଁ ଦ୍ଵନ୍ଦ୍ଵରେ ବସ୍ ମାଲିକ ଏବଂ ଡ୍ରାଇଭର।

ବୁଧବାର ବସ୍ ଚଲାଇବା ସପକ୍ଷରେ ରହିଛି ସଂଘ। ବସ୍ ଗଡିଲେ କିଛି  ଅପ୍ରୀତିକର ଘଟଣା ଘଟିବାର ସମ୍ଭାବନା ରହିଛି। ତେଣୁ ପୋଲିସ୍‌ର ସହାୟତା ଲୋଡିଛି ଘରୋଇ ବସ୍ ମାଲିକ ସଂଘ।କିନ୍ତୁ ଡ୍ରାଇଭର ମହାସଂଘ ନିଜ ଜିଦରେ ଅଟଳ। ବାଦାମବାଡି ବସ ଷ୍ଟାଣ୍ଡ ସହ ସଂପୃକ୍ତ ଶତାଧିକ ଡ୍ରାଇଭର ଆନ୍ଦୋଳନରେ ସାମିଲ୍ ହେବେ। ସେମାନଙ୍କ କହିବା କଥା ଦୁଇ ବର୍ଷ ହେଲା ସରକାରଙ୍କ ନିକଟରେ ଦାବି ରଖାଯାଉଛି। ହେଲେ ଫଳ ଶୂନ। ସେମାନଙ୍କର ଯୁକ୍ତି ଯଦି ବସ୍ ମାଲିକ ସଂଘ ନିଜ ଏକତ୍ର ହୋଇ ନିଜର ଦାବି ହାସଲ କରି ପାରୁଛନ୍ତି ତେବେ ଡ୍ରାଇଭରମାନେ ନିଜ ହକ୍ ଜାହିର କରିବାରେ ଭୁଲ୍ କେଉଁଠି। ତେଣୁ ପ୍ରସ୍ତାବିତ ଷ୍ଟିୟରିଂ ଆନ୍ଦୋଳନ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଚାଲିପାରେ ବୋଲି ଡ୍ରାଇଭର ମହାସଂଘ କହିଛନ୍ତି।

ତେବେ ଶାନ୍ତିପୂର୍ଣ୍ଣ ଭାବେ  ଧାରଣା ଦେବ ଓଡ଼ିଶା ଡ୍ରାଇଭର ମହାସଂଘ । ଆଜି ଏପରି ମିଳିତ ଭାବେ ନିଷ୍ପତି ନେଇଛନ୍ତି ୫ ସଂଘ । ଏବେ ଦଶମ ପରୀକ୍ଷା ଚାଲିଥିବା ହେତୁ ଭୁବନେଶ୍ୱର ସହରରେ କୌଣସି ଧାରଣା ଦିଆଯିବନାହିଁ ବୋଲି ସଂଘ କହିଛି । ଏନେଇ ଆଜି ଓଡିଶା ଡ୍ରାଇଭର ମହାସଂଘ ସହ ଓଡ଼ିଶା ମଟର ଚାଳକ ସଂଘ , ନାଇଟ ହେଲ୍ପ ଟ୍ରଷ୍ଟ କ୍ୟାବ ସର୍ଭିସ୍ ସଂଘ , ଓଡ଼ିଶା ପରିବହନ ଚାଳକ ସଂଘ ଓ କଳିଙ୍ଗ ଅଟୋ ଚାଳକ ମହାସଂଘ ଏପରି ନିଷ୍ପତି ନେଇଛନ୍ତି ।

ଭୁବନେଶ୍ବରରେ କୌଣସି ବିରୋଧ କାର୍ଯ୍ୟକ୍ରମ କରିବୁ ନାହିଁ ବୋଲି ସଂଘ କହିଛି । ଅନ୍ୟପକ୍ଷେ ଅନ୍ୟ ଜିଲ୍ଲାରେ କର୍ମୀ ମାନେ ତାଙ୍କ ମୁତାବକ ଧାରଣା ଦେବେ । ଭୁବନେଶ୍ବରରେ ଯଦି କୌଣସି ଲୋକେ ଆଇନ୍ ହାତକୁ ନେବେ ତେବେ ସଂଘ ତାହାର ବିରୋଧ କରିବା ସହ ପୋଲିସକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଂଘ ଦାବି ମଧ୍ୟ କରିବ ବୋଲି କୁହାଯାଇଛି । ଭୁବନେଶ୍ବରରେ କେବଳ ଷ୍ଟିୟରିଂ ଛାଡ଼ି ଶାନ୍ତିପୂର୍ଣ୍ଣ ଭାବେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣା ଦେବ ସଂଘ। ଗତକାଲି ୬ ଦଫା ଦାବି ନେଇ ମନ୍ତ୍ରୀଙ୍କ ସହ କଥା ହୋଇଥିଲା ସଂଘ। କିନ୍ତୁ କୌଣସି ସୁଫଳ ମିଳିନଥିବା ବେଳେ ଆଜି ମହାସଂଘକୁ ମନ୍ତ୍ରୀଙ୍କ ସହ କୌଣସି ବୈଠକ ପାଇଁ କୁହାଯାଇନାହିଁ ବୋଲି କହିଛି ମହାସଂଘ ।

   Related Posts