ଦୁବାଇରେ ପାଳନ ହେବ ଓଡ଼ିଶା ଦିବସ, ପହଞ୍ଚିଲେ ବଛା ବଛା କଳାକାର

Published By : Prameya-News7 Bureau | May 16, 2023 IST

ଭୁବନେଶ୍ୱର ୧୬/୦୫: ଭୁବନେଶ୍ବରରୁ ଦୁବାଇକୁ ଉଡିଲା ବିମାନ । ଏହି ଐତିହାସିକ ମୁହୂର୍ତ୍ତକୁ ଆହୁରି ସ୍ମରଣୀୟ କରିବାକୁ ଦୁବାଇରେ ପାଳନ କରାଯିବ ଓଡ଼ିଶା ଦିବସ । ଆଜି ଓଡ଼ିଶା ଦିବସ ପାଳନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

ଏଥିପାଇଁ ବଛା ବଛା କଳାକାର ମାନେ ଦୁବାଇରେ ପହଞ୍ଚି ସାରିଛନ୍ତି । ସେଠାରେ ପହଞ୍ଚିବା ପରେ ସମସ୍ତେ ନିଜ ନିଜର ପ୍ରସ୍ତୁତି ଜାରି ରଖିଛନ୍ତି । ଏଭଳି ଏକ ଦିନରେ ସାମିଲ ହେବାକୁ ସୁଯୋଗ ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ସମସ୍ତେ ଧନ୍ୟବାଦ ଦେଇଛନ୍ତି ।

wp:gallery {"linkTo":"none"} /wp:gallery

ସେପଟେ ଦୁବାଇରେ 5t ସଚିବଙ୍କୁ ଭେଟିଛନ୍ତି S H G ମହିଳା । ଦୁବାଇ ବୁଲିବା ପୂର୍ବରୁ ସମସ୍ତଙ୍କୁ ହୋଟେଲରେ ଭେଟି ଶୁଭେଛା ଜନେଇଛନ୍ତି 5t ସଚିବ ଭି କେ ପାଣ୍ଡିଅନ । ଫାଷ୍ଟ ଫ୍ଲାଇଟ୍‌ରେ ଆସିଥିବା, ମିଶନ ଶକ୍ତି ମହିଳା, କ୍ରୀଡାବିତ୍ ଏବଂ ଅନ୍ୟ ଅତିଥି ଆଜି ଦୁବାଇ ଭ୍ରମଣ କରିଛନ୍ତି । ସନ୍ଧ୍ୟାରେ ଓଡ଼ିଶା ଦିବସ ପାଳନ କରାଯିବ । ଓଡିଶାରୁ ଆସିଥିବା କଳାକାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ । କାର୍ଯ୍ୟକ୍ରମରେ ଦୁବାଇରେ ରହୁଥିବା ପ୍ରବାସୀ ଓଡ଼ିଆ ମାନେ ବି ଯୋଗ ଦେବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.