ଭାରତରେ ୮ ବଡ଼ ରେଳ ଦୁର୍ଘଟଣା; ୧୯୮୧ରେ ପ୍ରାଣ ହରାଇଥିଲେ ୮୦୦ରୁ ଅଧିକ ଯାତ୍ରୀ

Published By : Prameya-News7 Bureau | June 03, 2023 IST

ନୂଆଦିଲ୍ଲୀ: ବାଲେଶ୍ବର ଜିଲ୍ଲା ବାହାନାଗାରେ ସବୁଠାରୁ ବଡ଼ ରେଳ ଦୁର୍ଘଟଣା ଘଟିଛି । ଶୁକ୍ରବାର ସଂଧ୍ୟାରେ କରମଣ୍ଡଳ ଏକ୍ସପ୍ରେସ, ଯଶୋବନ୍ତପୁର-ହାଓଡ଼ା ଓ ମାଲବାହୀ ଟ୍ରେନ୍ ମଧ୍ୟରେ ଭୀଷଣ ଧକ୍କା ହୋଇଛି । ଫଳରେ ଏହି ଭୟଙ୍କର ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୨୮୮ ଲୋକଙ୍କ ମୃତ୍ୟୁ ହୋଇଛି । ଏହି ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶାଙ୍କା କରାଯାଉଛି । ସେପଟେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ଗତ ୪୨ ବର୍ଷ ପରେ ବାହାନାଗ ରେଳ ଦୁର୍ଘଟଣା ସବୁଠାରୁ ବଡ଼ ଟ୍ରେନ୍ ଟ୍ରାଜେଡି । ଆସନ୍ତୁ ନଜର ପକାଇବା ସ୍ବାଧୀନତା ପରେ ଭାରତରେ ଘଟିଥିଲା ବଡ଼ ରେଳ ଦୁର୍ଘଟଣା ଉପରେ ।

wp:embed {"url":"https://www.prameyanews7.com/odisha-train-derailment-toll-climbs-to-288/","type":"wp-embed","providerNameSlug":"prameya-news-7"}
https://www.prameyanews7.com/odisha-train-derailment-toll-climbs-to-288/
/wp:embed

୧. ୧୯୮୧ ମସିହା ଜୁନ୍ ୬ ତାରିଖରେ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ଟ୍ରେନ୍ ଦୁର୍ଘଟଣା ହୋଇଥିଲା । ମାନସୀ-ସହରାସା ରେଳଖଣ୍ଡ ବାଗମତୀ ନଦୀକୁ ଖସିପଡ଼ିଥିଲା ଟ୍ରେନ୍ । ପାଣିରେ ୯ଟି ବଗି ବୁଡ଼ିଯିବା ଫଲରେ ଏଥିରେ ପ୍ରାୟ ୮୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା ।

୨. ୨୦ ଅଗଷ୍ଟ ୧୯୯୫ ମସିହାରେ ଭୟଙ୍କର ଦୁର୍ଘଟଣା ହୋଇଥିଲା । ଫିରୋଜାବାଦ ନିକଟରେ  ପୁରୁଷୋତ୍ତମ ଏକ୍ସପ୍ରେସ, ଟ୍ରାକ୍ ଉପରେ ଛିଡ଼ା ହୋଇଥିବା କାଳନ୍ଦୀ ଏକ୍ସପ୍ରେସକୁ ଧକ୍କା ଦେଇଥିଲା । ଏଥିରେ ପ୍ରାୟ ୩୦୫ଜଣ ପ୍ରାଣ ହରାଇଥିଲେ ।

wp:embed {"url":"https://www.prameyanews7.com/railway-minister-reaction/","type":"wp-embed","providerNameSlug":"prameya-news-7"}
https://www.prameyanews7.com/railway-minister-reaction/
/wp:embed

୩. ୨୬ ନଭେମ୍ବର ୧୯୯୮ରେ ଜମ୍ମୁତବୀ-ସିୟାଲଦହ ଏକ୍ସପ୍ରେସ ପଞ୍ଜାବ ଖତ୍ରାରେ ଫ୍ରଣ୍ଟିୟର ଗୋଲ୍ଡେନ ଟେମ୍ପୁଲ ମେଲ୍ ଧାରଣାରୁ ୩ବଗି ତଳକୁ ଖସିଯାଇଥିଲା । ଏଥିରେ ୨୧୨ ଲୋକଙ୍କ ମୃତ୍ୟୁ ହୋଇଥିଲା ।

୪.  ୨ ଅଗଷ୍ଟ ୧୯୯୯ରେ ଗୈସଲ ଟ୍ରେନ୍ ଦୁର୍ଘଟଣା ହୋଇଥିଲା । ବ୍ରହ୍ମପୁତ୍ର ମେଲ୍ ଉତ୍ତର ସୀମାନ୍ତ ରେଲଓ୍ବେକ କାଟିହାର ଡିଭିଜନର ଗୈସଲ ଷ୍ଟେସନରେ ଛିଡ଼ା ହୋଇଥିବା ଅବଧ-ଆସାମ ଏକ୍ସପ୍ରେସକୁ ଧକ୍କା ଦେଇଥିଲା । ଯେଉଁଥିରେ ୨୮୫ଜଣ ପ୍ରାଣ ହରାଇଥିଲେ ଏବଂ ୩୦୦ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ । ଏହି ଦୁର୍ଘଟଣାରେ ଅଧିକାଂଶ ଯବାନଙ୍କ ମୃତ୍ୟୁ ହୋଇଥିଲା ।

୫. ୨୦ ନଭେମ୍ବର, ୨୦୧୬ରେ ପୁଖରିଆରେ ଧାରଣରୁ ଖସିଯାଇଥିଲା । ଏଥିରେ  ଇନ୍ଦୋର-ରାଜେନ୍ଦ୍ର ନଗର ଏକ୍ସପ୍ରେସର ୧୪ଟି ବଗି ଟ୍ରାକରୁ ବହାରୁକୁ ଖସିଯାଇଥିଲା । ଫଳରେ ୧୫୨ଜଣ ପ୍ରାଣ ହରାଇବା ସହିତ ୨୬୦ରୁ ଅଧିକ ଲୋକ ଆହତ ହୋଇଥିଲେ ।

wp:embed {"url":"https://www.prameyanews7.com/coromandel-express-passenger-eye-witness-reaction/","type":"wp-embed","providerNameSlug":"prameya-news-7"}
https://www.prameyanews7.com/coromandel-express-passenger-eye-witness-reaction/
/wp:embed

୬.  ସେହିପରି ୯ ଡିସେମ୍ବର ୨୦୦୨ରେ ହାଓଡ଼ା-ରାଜଧାନୀ ଏକ୍ସପ୍ରେସ ରଫିଗଞ୍ଜରେ ଧାବା ନଦୀ ପୋଲ ଭାଙ୍ଗିବା ଫଳରେ ଧାରଣାକୁ ଖସିଯାଇଥିଲା ଟ୍ରେନ୍ । ଏହି ଭୟଙ୍କର ଦୁର୍ଘଟଣାରେ  ୧୪୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ଆତଙ୍କବାଦୀଙ୍କୁ ହତା ଥିବା କୁହାଯାଉଛି ।

୭. ୨୩ ଡିସେମ୍ବର ୧୯୬୪ରେ ପମ୍ବନ-ଧନୁଶକୋଡି ପାସେଞ୍ଜର ଟ୍ରେନ୍ ରାମେଶ୍ବର ନିକଟରେ ଘୂର୍ଣ୍ଣିଝଡ଼ ପାଇଁ ସମୁଦ୍ରରେ ବହି ଯାଉଥିଲା। ଏଥିରେ ୧୨୬ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା ।

୮. ୨୦୧୦ ମେ’ ୨୮ ତାରିଖରେ ଜନେଶ୍ବରୀ ଏକ୍ସପ୍ରେସ ଟ୍ରେନ୍ ଧାରଣାରୁ ଓହ୍ଲାଇ ଯାଇଥିଲା । ମୁମ୍ବାଇ ଯାଉଥିବା ଝାରଗ୍ରାମ ନିକଟରେ ଏକ ମାଲବାହୀ ଟ୍ରେନକୁ ଧକ୍କା ଦେଇଥିଲା ।  ଫଳରେ ୧୪୮ଜଣଙ୍କ ମୃତ୍ୟୁ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.