vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ଫଳ, ମୋଟ୍ ପାସ୍ ହାର ୯୦.୫୫ ପ୍ରତିଶତ
  • ||
  • ରାଉରକେଲା : ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୦୧ କୋଭିଡ୍ ପଜିଟିଭ୍
  • ||
  • ଘରୋଇ ଗ୍ୟାସ୍ ସିଲିଣ୍ଡର ହେଲା ମହଙ୍ଗା, ସିଲିଣ୍ଡର ପିଛା ବଢିଲା ୫୦ ଟଙ୍କା
  • ||
  • ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ଭୁବନେଶ୍ୱର : ରଶ୍ମିରେଖାଙ୍କ ପୁରୁଷବନ୍ଧୁଙ୍କ ଆତ୍ମହତ୍ୟା, ରାଉରକେଲାରୁ ମିଳିଲା ଝୁଲନ୍ତା ମୃତଦେହ
  • ||

ଆଜି ପରୀକ୍ଷା ଦେବେ ରାଜ୍ୟ ପିସିସି ସଭାପତି ନିରଞ୍ଜନ ଆଣ୍ଡ କୋ

9/06/2018 at 5:12 AM

ଆଜି ପରୀକ୍ଷା ଦେବେ ରାଜ୍ୟ ପିସିସି ସଭାପତି ନିରଞ୍ଜନ ଆଣ୍ଡ କୋ । କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ସମୀକ୍ଷା ବୈଠକ କରିବେ । ପିସିସି ନୂଆ ଟିମ୍ କୁ ଦିଆଯାଇଥିବା ଟାସ୍କ୍ ର ସମୀକ୍ଷା କରିବେ । ଦେଢ଼ ମାସ ଭିତରେ ଦିଆଯାଇଥିବା ଟାର୍ଗେଟ୍ ଅନୁଯାୟୀ କାମ ହେଉଛି କି ନାହିଁ ତାହା ସମୀକ୍ଷା କରିବେ । ଏନେଇ ଗତକାଲି ସଂନ୍ଧ୍ୟାରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପ୍ରଭାରୀ ଜିତେନ୍ଦ୍ର ସିଂ, ୩ ଜଣ ଯାକ କାର୍ଯ୍ୟକାରୀ ସଭାପତି ମଧ୍ୟ ଦିଲ୍ଲୀ ଯାଇଛନ୍ତି । ଆଜି ପୂର୍ବାହ୍ନ ୧୧ଟାରେ ବସିବ ସମୀକ୍ଷା ବୈଠକ । ବୈଠକରେ ପୂରା ଟିମ୍ ଉପସ୍ଥିତ ରହିବ । ପିସିସି ଟିମ୍ ମେ ମାସ ଭିତରେ ଜିଲ୍ଲା କମିଟି ମିଟିଂ ସାରିବାକୁ ଲକ୍ଷ୍ୟ ରଖିଥିଲା । ସେହି ଅନୁସାରେ ଗୁରୁବାର ଜଗତସିଂହପୁର ଏବଂ ଶନିବାର ଅନୁଗୋଳ ଜିଲ୍ଲାର ବୈଠକ ଶେଷ ହୋଇଛି । ରାହୁଲ ଗାନ୍ଧୀଙ୍କ ପାଖରେ ଜିଲ୍ଳା କମିଟିର ପୁନର୍ଗଠନ ପ୍ରସ୍ତାବ ରଖିଛି କମିଟି । ୧୫ ଜଣ ଜିଲ୍ଲା ସଭାପତିଙ୍କ ପରିବର୍ତ୍ତନ ପାଇଁ ସୁପାରିଶ କରିଛି ଟିମ୍ । ରାହୁଲ ଗାନ୍ଧୀଙ୍କ ଅନୁମୋଦନ ପରେ ବଦଳିବେ ୧୫ଟି ଜିଲ୍ଲାର ସଭାପତି ।

Leave a Reply

   Related Posts