ଘର ସଜାଡିବାକୁ ଲାଗିଛନ୍ତି ଚେଲ୍ଲା କୁମାର, ହେଲେ ଗୋଷ୍ଠୀ କନ୍ଦଳରେ ମାତିଛନ୍ତି ନେତା, ଛାଡି ପାରୁ ନାହାନ୍ତି ଅଭ୍ୟାସ

Published By : Prameya-News7 Bureau | April 27, 2022 IST

ଭୁବନେଶ୍ଵର: ଘର ସଜାଡିବାକୁ ରାଜ୍ୟ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର ପ୍ରୟାସ ଚଳାଇଥିବା ବେଳେ କଂଗ୍ରେସ ନେତା କିନ୍ତୁ ଅଭ୍ୟାସ ଛାଡିପାରୁ ନାହାନ୍ତି । ଗୋଷ୍ଠୀ କନ୍ଦଳରେ ମାତିଛନ୍ତି । କାଲି ସୁରଙ୍କୁ ପିସିସି ସଭାପତି ଜାରି କରିଥିବା କାରଣ ଦର୍ଶାଅ ନୋଟିସର ଉତ୍ତର ସୁର ରାଉତରାୟ ଦେବା ସହିତ ନିରଞ୍ଜନଙ୍କ ଉପରେ ବର୍ଷିଛନ୍ତି । ଏପଟେ ବରିଷ୍ଠ ନେତା ମାନେ ସୁର ଓ ନିରଞ୍ଜନଙ୍କ ଏଭଳି କାର୍ଯ୍ୟ ନାପସନ୍ଦ କରିଛନ୍ତି। ଏପଟେ ଆଜି ଦ୍ବିତୀୟ ଦିନରେ ନୂଆ ପିସିସି ସଭାପତି ଚୟନ ନେଇ  ଜିଲ୍ଲା ସଭାପତି, ପିସିସି କାର୍ଯ୍ୟକର୍ତ୍ତା ଏବଂ ଛାମୁଆ ସଙ୍ଗଠନର ମତାମତ ନେଇଛନ୍ତି ପ୍ରଭାରୀ ଚେଲ୍ଲା କୁମାର।

ଅଭ୍ୟାସ ଛାଡିପାରୁ ନାହାନ୍ତି କଂଗ୍ରେସ ନେତା । ନେତାଙ୍କ ଭିତରେ ଜାରି ରହିଛି ଗୋଷ୍ଠୀ କନ୍ଦଳ । କେତେବେଳେ ଏହି କନ୍ଦଳ ରାଜଧାନୀ ଦିଲ୍ଲୀରେ ପହଞ୍ଚିଲାଣି ତ ଆଉ କେତେବେଳେ ରାଜ୍ୟ କଂଗ୍ରେସ ଭବନରେ ।  ଆଜି ପୁଣି ଦଳର ବରିଷ୍ଠ ନେତା ସୁରେଶ କୁମାର ରାଉତରାୟ ଦଳର ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପରେ ବର୍ଷିଛନ୍ତି। ନିରଞ୍ଜନ ପଠାଇଥିବା ଥିବା କାରଣ ଦର୍ଶାଅ ନୋଟିସର ଜବାବ ରଖିବା ସହ ସୁର ଏହି ମାମଲାରେ ନିରଞ୍ଜନ ଏବଂ ଜୟଦେବ ଜେନାଙ୍କୁ ଟାଣିଛନ୍ତି।  ପିସିସି ସଭାପତି କିଏ ହେବ ନବୀନ ନିଷ୍ପତ୍ତି ନିଅନ୍ତି ବୋଲି  ତାଙ୍କ ପୂର୍ବରୁ ନିରଞ୍ଜନ ଏବଂ ଜୟଦେବ ଜେନା କହିଛନ୍ତି । 

{"id":620491,"sizeSlug":"full","linkDestination":"none"}

ବିଧାୟକ ସନ୍ତୋଷ ସିଂ ସାଲୁଜା ଏବଂ  ତାରା ପ୍ରସାଦ ବାହୀନିପତି ଅନକ ଥର ବିଶୃଙ୍ଖଳିତ ମନ୍ତବ୍ୟ ଦେଇଥିଲେ ବି ତାଙ୍କୁ କେବେ ବି ନୋଟିସ ହୋଇନି।  ନୋଟିସ୍ ଶୃଙ୍ଖଳା କମିଟି କରିବା କଥା । ହେଲେ ନିରଞ୍ଜନ କାହିକିଁ ତାଙ୍କୁ  ନୋଟିସ କଲେ ସେନେଇ ପ୍ରଶ୍ନ ଉଠାଇଛନ୍ତି ସୁର ରାଉତରାୟ। ଆକ୍ସନ ହେଲେ ଖାତିର ନାହିଁ ବୋଲି ସୁର ତାଙ୍କ ଚିରାଚରିତ ବିନଦାସ୍ ଅନ୍ଦାଜ୍ରେ କହିଛନ୍ତି । ଏପଟେ ନିରଞ୍ଜନ କହିଛନ୍ତି ବିଶୃଙ୍ଖଳିତ ଆଚରଣ ପାଇଁ ସୁର ରାଉତରାୟଙ୍କୁ ତାଙ୍କୁ କାରଣ ଦର୍ଶାଅ ନୋଟିସ ହୋଇଛି । ଯିଏ ବି ବିଶୃଙ୍ଖଳା କରିବ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ । ହେଲେ ସେ କେବେ ସୁରଙ୍କ ଭଳି ନବୀନଙ୍କୁ ନେଇ ମନ୍ତବ୍ୟ ଦେଇନାହାନ୍ତି। ଜୟଦେବ ଜେନା ଙ୍କ କଥା ସେ ଜାଣିନାହାନ୍ତି ।  ସୁରଙ୍କୁ ଜବାବ ଦେଇ ନିରଞ୍ଜନ କହିଛନ୍ତି " ହନୁ ମଲାବେଳେ ସତ କହେ"।

ସୁର ଓ ନିରଞ୍ଜନଙ୍କ ଏଭଳି ବୟାନିବାଜିକୁ ନେଇ ବରିଷ୍ଠ କଂଗ୍ରେସ ନେତା ନାପସନ୍ଦ କରିଛନ୍ତି। କହିଛନ୍ତି ବରିଷ୍ଠ ନେତାମାନେ ଶୃଙ୍ଖଳା ଭିତରେ ରହିବା କଥା । ଏଭଳି ବୟାନବାଜି ଦ୍ବାରା କଂଗ୍ରେସର କ୍ଷତି ହୋଇଛି।  ସୁର ରାଉତରାୟ ବୟାନ ବ୍ୟକ୍ତିଗତ ହୋଇଥାଇପାରେ କିନ୍ତୁ ଏହା ଦ୍ବାର କଂଗ୍ରେସ ହିଁ କ୍ଷତି ସହୁଛି। ତେଣୁ ବରିଷ୍ଠ ନେତାମାନେ ନିଜ ବକ୍ତବ୍ୟ ଦେବା ବେଳେ ସଞ୍ଜମତା ରଖିବା ଉଚିତ୍ ।

{"id":620492,"sizeSlug":"full","linkDestination":"none"}

ଏପଟେ ପିସିସି ସଭାପତି ଚୟନ ନେଇ ଚାଲିଥିବା ମାନସ ମନ୍ଥନର ଆଜି ଦ୍ବିତୀୟ ଦିନ । ଜିଲ୍ଲା ସଭାପତି , ପିସିସି କର୍ମକର୍ତ୍ତା ଏବଂ ଛାମୁଆ ସଙ୍ଗଠନର ମତାମତ ନେଇଛନ୍ତି ପ୍ରଭାରୀ ଚେଲ୍ଲା କୁମାର ।   ସଙ୍ଗଠନ କେମିତି ସୁଦୃଢ଼ ହେବ ସେ ନେଇ ମତାମତ ଦେଇଛନ୍ତି। ୨୦୨୪ ପାଇଁ ଟିମ ଗଠନ କରିବାକୁ ହେଲେ  ଅମୂଳଚୂଳ ପରିବର୍ତ୍ତନ କରିବାକୁ ପ୍ରସ୍ତାବ ରଖିଛନ୍ତି । ଆଜି ୧୮ ଜଣ  ଜିଲ୍ଲା ସଭାପତି ଚେଲ୍ଲା କୁମାରଙ୍କୁ ଭେଟି ନିଜ ମତ ରଖିଛନ୍ତି ।

ଆସନ୍ତାକାଲି ସକାଳେ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର ଦିଲ୍ଲୀ ଗସ୍ତ କରିବା ପରେ ତିନି ଦିନ ମଧ୍ୟରେ ହାଇକମାଣ୍ଡଙ୍କୁ ରିର୍ପୋଟ ଦେବେ। ରିର୍ପୋଟ ଆଧାରରେ ମେ ପ୍ରଥମ ସପ୍ତାହରେ ନୂଆ ପିସିସି ସଭାପତିଙ୍କ ନାମ ଘୋଷଣ କରିପାରନ୍ତି ହାଇକମାଣ୍ଡ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.