ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ଆଜିଠୁ ପିସିସିର ଚିନ୍ତନ ଶିବିର, ଦଳୀୟ ନେତାଙ୍କୁ ଏକଜୁଟ୍‌ ନେଇ ହେବ ରଣନୀତି

1/06/2022 at 12:54 PM

ଭୁବନେଶ୍ୱର ୦୧।୦୬ : ଆଜିଠୁ ପିସିସି ଚିନ୍ତନ ଶିବିର । ଦୁଇ ଦିନ ଧରି ଚାଲିବ ରାଜ୍ୟ କଂଗ୍ରେସର ଚିନ୍ତନ ଶିବିର ବୈଠକ । ଶରତ ପଟ୍ଟନାୟକ ପିସିସି ସଭାପତି ହେବା ପରେ ଏହା ପ୍ରଥମ ଚିନ୍ତନ ଶିବିର ବୈଠକ।

ଖବର ଅନୁଯାୟୀ, ଭୁବନେଶ୍ୱର ସ୍ଥିତ ଇନଷ୍ଟିଚ୍ୟୁଟ ଅଫ ଇଞ୍ଜିନିୟରସରେ ଚାଲିଛି ବୈଠକ। ବ୍ଲକ ସଭାପତି, ଜିଲ୍ଲା ସଭାପତି, ସାଂସଦ, ବିଧାୟକ, ପୁର୍ବତନ ବିଧାୟକ, ପୂର୍ବତନ ପିସିସି ସଭାପତି , ବରିଷ୍ଠ ନେତା ବୈଠକରେ ଯୋଗ ଦେବେ। ପ୍ରଥମ ଦିନ ଜିଲ୍ଲା ସଭାପତି ଯୋଗଦେବେ, ଦ୍ୱିତୀୟ ଦିନ ବ୍ଲକ ସଭାପତି ମାନେ ଯୋଗ ଦେବେ। କଂଗ୍ରେସକୁ ତୃଣମୁଳ ସ୍ତରରୁ କିଭଳି ଭାବେ ସଶକ୍ତ କରାଯିବ ସେ ନେଇ ଆଲୋଚନା ହେବ। ଏହି ଚିନ୍ତନ ଶିବିରରେ ପ୍ରଭାରୀ ଡ଼ ଚେଲ୍ଲା କୁମାର , ସହ ପ୍ରଭାରୀ ରୁଦ୍ର ରାଜୁ ଯୋଗଦେବେ। କଂଗ୍ରେସରୁ ଦୁରେଇ ଯାଇଥିବା ନେତାମାନଙ୍କୁ ସାଥିରେ ନେଇ କିଭଳି ଆଗକୁ ବଢିବ କଂଗ୍ରେସ । ତାହା ଏବେ ଶରତଙ୍କ ପାଇଁ ବଡ଼ ଆହ୍ୱାନ। ଦଳ କିଭଳି ପୁନଃ ସଙ୍ଗଠିତ ହେବ। ଦଳୀୟ ନେତାଙ୍କୁ ଏକଜୁଟ କରି ଆଗକୁ ବଢିବା ନେଇ ବୈଠକରେ ରଣକୌଶଳ ପ୍ରସ୍ତୁତ ହେବ।

   Related Posts