ପ୍ରଦେଶ କଂଗ୍ରେସର ମିଶନ ୨୦୨୪, ପିସିସି କାର୍ଯ୍ୟାଳୟରେ ଆଜି ବସିବ ରଣନୀତି ବୈଠକ
18/12/2022 at 10:06 AM

ଭୁବନେଶ୍ବର ୧୮/୧୨: ୨୦୨୪ ଲଢ଼େଇ ପାଇଁ ପ୍ରସ୍ତୁତ ହେଉଛି ପ୍ରଦେଶ କଂଗ୍ରେସ । ବିଧାନସଭା ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତି କରିବ ରାଜ୍ୟ କଂଗ୍ରେସ । ଏନେଇ ରବିବାର ଅର୍ଥାତ୍ ଆଜି ବୈଠକ ବସିବ । ନିର୍ବାଚନୀ ବୈତରଣୀ କିଭଳି ପାର୍ ହେବାକୁ ପଡ଼ିବ ସେନେଇ ଆଲୋଚନା ହେବ ।
ସୂଚନା ଅନୁଯାୟୀ, ରବିବାର ସକାଳ ସାଢେ ୧୧ଟାରେ କଂଗ୍ରେସ ଭବନରେ ଏହି ବୈଠକ ବସିବ । ରାଜ୍ୟ କଂଗ୍ରେସ ୨୦୨୪ ନିର୍ବାଚନରେ କିଭଳି ବିପକ୍ଷଙ୍କ ସହିତ ଲଢ଼େଇ କରିବ, ସେନେଇ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା ହେବ । ଏହା ସହିତ ଆଗକୁ ହେବାକୁ ଥିବା ହାଥ୍ ସେ ହାଥ୍ ଯୋଡ଼ ଯାତ୍ରାକୁ ସଫଳ କରିବା ନେଇ ନେତାଙ୍କୁ ଗୁରୁମନ୍ତ୍ର ଦେବେ ପ୍ରଭାରୀ ଚେଲା କୁମାର । ଏହି ବୈଠକରେ ରାଜ୍ୟ କଂଗ୍ରେସର ବରିଷ୍ଠ ନେତା, ବିଧାୟକ, ସାଂସଦ ଓ ଜିଲ୍ଲା ସଭାପତିମାନେ ସାମିଲ ହେବେ ।
l
Related Posts
ହେପାଜତରେ ଅଭିଯୁକ୍ତ ମୃତ ! ରେଞ୍ଜରଙ୍କ ସମେତ ୭ ଥାନାରେ ଅଟକ
6 February 2023
ରାତି ୧୨ପରେ ବୁଲୁଛି ମୋଟର ସାଇକେଲ, ସିସିଟିଭିରେ ଭିଜୁଆଲ କଏଦ
6 February 2023