Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ବର : ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ପଛରେ ରହିଛି ସୁଚିନ୍ତିତ ଷଡ଼ଯନ୍ତ୍ର : ନରସିଂହ ମିଶ୍ର
  • ||
  • ଆଉ ୧୦ ଜିଲ୍ଲାରେ ଭର୍ଚୁଆଲ୍‌ ହାଇକୋର୍ଟ, ଘୋଷଣା କଲେ ହାଇକୋର୍ଟ ମୁଖ୍ୟ ବିଚାରପତି
  • ||
  • ଭୁବନେଶ୍ୱର : ୧୩ ଜିଲ୍ଲାରେ ବର୍ଷିବ, ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ରାଉରକେଲାରେ ହାଇଓ୍ୱାକୁ ପିଟିଲା ବସ୍‌ : ୨ ମୃତ, ୨୫ ଆହତ
  • ||

ଶୁକ୍ରବାର ରାଉରକେଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିର୍ସା ମୁଣ୍ଡା ଆଥଲେଟିକ୍ ଷ୍ଟାଡିୟମ୍‌ର କରିବେ ଲୋକାର୍ପଣ

9/03/2023 at 4:28 PM

ରାଉରକେଲା ୯।୩: ଆଦିବାସୀ ମାଟିରେ ଆଦିବାସୀ ଜନ ନାୟକଙ୍କୁ ପୁଣି ଦିଆଯିବ ସମ୍ମାନ । ଶୁକ୍ରବାର ରାଉରକେଲାରେ ଆଦିବାସୀ ସ୍ଵାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡା ଆଥଲେଟିକ୍ ଷ୍ଟାଡ଼ିୟମ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ । ଏକ ସ୍ବତନ୍ତ୍ର ବିମାନ ଯୋଗେ ମୁଖ୍ୟମନ୍ତ୍ରୀ ଶୁକ୍ରବାର ଅପରାହ୍ନ ୪ଟା ୩୦ମିନିଟରେ ରାଉରକେଲା ବିମାନ ବନ୍ଦରରେ ଅବତରଣ କରିବେ । ମୁଖ୍ୟମନ୍ତ୍ରୀଙ୍କ ସହ 5T ସଚିବ ଭି.କେ. ପାଣ୍ଡିଆନ, କ୍ରୀଡ଼ା ସଚିବ ଭିନିଲ କ୍ରୀଷ୍ଣାଙ୍କ ସହ ଇଡ଼କୋ ଅଧ୍ୟକ୍ଷ ଭୁପିନ୍ଦର ସିଂ ପୁନିଆ ଉପସ୍ଥିତ ରହିବେ । ସ୍ମାର୍ଟ ସିଟି ଅଧିନରେ ନିର୍ମାଣ ହୋଇଥିବା ୨୫୦ କୋଟି ଟଙ୍କାର ଏହି ଷ୍ଟାଡ଼ିୟମ ଅଲଟ୍ରା ମର୍ଡନ ସ୍ପୋଟ୍ସ କମ୍ପ୍ଲେକ୍ସ । ଫୁଟବଲ, ରନିଙ୍ଗ, ସୁଇମିଂ, ଆଚେରୀ ସହ ରହିଛି ୧୨୦ କାର୍ ପାର୍କିଂ ପାଇଁ  ସ୍ଵତ‌ନ୍ତ୍ର ବ୍ୟବସ୍ଥା ।  ଆନ୍ତଜାର୍ତୀକ କ୍ରୀଡ଼ାର ହବ୍ ପାଲଟିବ ଏହି ଅଲଟ୍ରା ମର୍ଡ଼ନ ସ୍ପୋଟ୍ସ କମ୍ପ୍ଲେକ୍ସ ।

ବିର୍ସା ମୁଣ୍ଡା ଆଥଲେଟିକ ଷ୍ଟାଡ଼ିୟମ ଲୋକାର୍ପଣ କରିବା ପରେ ସୁନ୍ଦରଗଡ଼ ଜିଲ୍ଲାକୁ ଭେଟି ଦେବେ ୯୦୦ କୋଟିର ୬ଶହ ପ୍ରକଳ୍ପ । ଏହି ପ୍ରକଳ୍ପରୁ ଅନେକ ଭିତ୍ତିପ୍ରସ୍ତର ସ୍ଥାପନ ଦେବା ସହ ଅନେକ ପ୍ରକଳ୍ପର ଶୁଭାରମ୍ଭ କରିବେ ।  ଆଉ ଠିକ୍ ସନ୍ଧ୍ୟା ୭ଟାରେ ଉଦଘାଟନ କରିବେ ବିର୍ସା ମୁଣ୍ଡା ହକି ଷ୍ଟାଡ଼ିୟମରେ ଏଫଆଇଏଚ ପ୍ରୋଲି ଲିଗ୍ । ଉଦଘାଟନୀ ମ୍ୟାଚ୍‌ରେ ଭାରତ ସହ ମୁକାବିଲା ହେବ ଜର୍ମାନୀର ।

ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ବେଳେ ସମ୍ବେଦନଶୀଳ ସ୍ଥାନ, ଛକମାନଙ୍କରେ ସାଧା ପୋଷାକରେ ପଇଁତରା ମାରିବେ ପୋଲିସର ଗୁଇନ୍ଦା ବିଭାଗ ।

   Related Posts