ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଳିବେନି ଜନ୍ମଦିନ
15/10/2018 at 1:36 PM

ଭୁବନେଶ୍ବର ୧୫|୧୦: ଚଳିତବର୍ଷ ମୁଖ୍ୟମନ୍ତ୍ରୀ ପାଳିବେନି ଜନ୍ମଦିନ । ଆଜିି ଏନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାତ୍ୟା ‘ତିତଲି’ ଫଳରେ ହୋଇଥିବା କ୍ଷୟକ୍ଷତି ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କ ଜନ୍ମଦିନ ପାଳିବେନି ବୋଲି ସୂଚନା ଦେଇଛନ୍ତି ।
ବାତ୍ୟା ତିତଲି ପ୍ରଭାବରେ ରାଜ୍ୟର ଗଞ୍ଜାମ, ଗଜପତି ଓ ରାୟଗଡା ଜିଲ୍ଲା ବେଶୀ ପ୍ରଭାବିତ ହୋଇଥିଲା । ବାତ୍ୟା ତିତଲି ପ୍ରଭାବରେ ଦୁଇ ଦିନ ଧରି ଲାଗିରହିଥିଲା ପ୍ରବଳ ବର୍ଷା । ଫଳରେ ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ବନ୍ୟା ପରିସ୍ଥିତି ଉପୁଜିଥିଲା । ହଜାର ହଜାର ଲୋକ ଜଳବନ୍ଦୀ ଅବସ୍ଥାରେ ରହିଥିଲେ ।
ପୂର୍ବରୁ ୨୦୧୧, ୨୦୧୩, ୨୦୧୪ ଏବଂ ୨୦୧୬ ମହିସାରେ ବନ୍ୟା ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କ ଜନ୍ମଦିନ ପାଳି ନଥିଲେ ।
Related Posts
ବାଇକ୍ ଓ କାର୍କୁ ଧକ୍କା ଦେଲା ପିକ୍ଅପ୍ ଭ୍ୟାନ୍, ୬ ଆହତ
4 February 2023
ବାଇକ୍ ଡିକି ଭାଙ୍ଗି ଟଙ୍କା ଓ ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
3 February 2023