ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନାର ୱେବସାଇଟ୍ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ
7/07/2023 at 2:24 PM

ଭୁବନେଶ୍ୱର ୭।୭: ସାମ୍ବାଦିକଙ୍କ ସ୍ବାସ୍ଥ୍ୟା ବୀମା ପାଇଁ ଓ୍ବେବସାଇଟ୍ ଉନ୍ମୋଚିତ ହୋଇଛି । ‘ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନା’ର ୱେବସାଇଟ୍ ଉନ୍ମୋଚିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭର୍ଚୁଆଲ୍ରେ http://owjws.odisha.gov.in ୱେବସାଇଟ୍କୁ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ । ସାମ୍ବାଦିକମାନେ ଏହି ୱେବସାଇଟରେ ନିଜର ନାମ ଅନଲାଇନରେ ଘରେ ବସି ପଞ୍ଜିକରଣ କରିପାରିବେ । ସେମାନଙ୍କୁ ଆଉ ବିଭିନ୍ନ କାର୍ଯ୍ୟାଳୟକୁ ଦୌଡିବାକୁ ପଡିବ ନାହିଁ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ପୋର୍ଟାଲ ଲୋକାର୍ପଣ କରି ମୁଁ ବହୁତ ଖୁସି । 5-T ନୀତି ଉପରେ ଗୁରୁତ୍ୱ ଦେଇ ପୋର୍ଟାଲ ପ୍ରସ୍ତୁତ ହୋଇଛି । ଏଥିରେ ରାଜ୍ୟର ସାମ୍ୱାଦିକମାନେ ଉପକୃତ ହେବେ । ସାମ୍ୱାଦିକଙ୍କ କଲ୍ୟାଣ ପାଇଁ ଗୋପବନ୍ଧୁ ସ୍ୱାସ୍ଥ୍ୟବୀମା ଯୋଜନା କରାଯାଇଛି । ସାମ୍ୱାଦିକଙ୍କ ମୃତ୍ୟୁ ହେଲେ ୪ ଲକ୍ଷ ଟଙ୍କାର ସହାୟତା ରାଶି ଯୋଗାଇ ଦିଆଯାଉଛି । ସଚେତନ ସମାଜ ଗଠନ ପାଇଁ ସାମ୍ୱାଦିକମାନେ କାମ ଜାରି ରଖନ୍ତୁ । ଆପଣମାନଙ୍କୁ ସରକାର ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଏହି କାର୍ଯ୍ୟକ୍ରମ ବିଭାଗୀୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ପ୍ରସାରଣ କରାଯିବ । ୱେବସାଇଟ୍ ଉନ୍ମୋଚନ କାର୍ଯ୍ୟକ୍ରମ ସୂଚନା ଓ ଲୋକସମ୍ପର୍କ ବିଭାଗର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା ।
You Can Read :