scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଘଟଗାଁ ଦୁର୍ଘଟଣା : ମୃତାହତଙ୍କ ପାଇଁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

1/12/2023 at 11:55 AM

ଭୁବନେଶ୍ୱର ୦୧।୧୨ : କେନ୍ଦୁଝର ଜିଲ୍ଲା ଘଟଗାଁରେ ଦୁର୍ଘଟଣା ଘଟି ୮ ଜଣଙ୍କ ମୃତ୍ୟୁ ଘଟଣା । ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ପ୍ରତି ମୃତକଙ୍କ ପରିବାରକୁ ୩ ଲକ୍ଷ ଲେଖାଏଁ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଖବର ଅନୁଯାୟୀ, ଗଞ୍ଜାମ ଜିଲ୍ଲାର ୨୦ ଜଣ ଯାତ୍ରୀ ଏକ ଟାଟା ଉଇଙ୍ଗରରେ ତାରିଣୀ ଦର୍ଶନ ଲାଗିଯାଉଥିଲା । ହେଲେ କେନ୍ଦୁଝର ଜିଲ୍ଲା ୨୦ ନମ୍ବର ଜାତୀୟ ରାଜପଥ ବାଲିଜୋଡି ଗାଁ ନିକଟରେ ଘଟିଲା ଦୁର୍ଘଟଣା । ଏକ ଟ୍ରକକୁ ପଛ ପଟୁ ଧକ୍କା ଦେଇଥିଲା ଟାଟା ଉଇଙ୍ଗର । ଯାହାଫଳରେ ଏହି ଦୁର୍ଘଟଣା ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଲୋକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଦୁର୍ଘଟଣା ସଂପର୍କରେ ଟ୍ୱିଟ୍‌ କରି ମୃତାହତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରତି ମୃତକଙ୍କ ପରିବାରକୁ ୩ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି । ଏହାସହିତ ସମସ୍ତ ୧୨ ଆହତଙ୍କ ମାଗଣା ଚିକିତ୍ସା ଲାଗି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଆହତଙ୍କ ଆଶୁ ଆରୋଗ୍ୟ ମଧ୍ୟ କାମନା କରିଛନ୍ତି ।

   Related Posts