ଡରାଇଲାଣି କରୋନା : କରୋନା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

Published By : Prameya-News7 Bureau | March 07, 2020 IST

ଭୁବନେଶ୍ବର ୭/୩: କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ସତର୍କତାମୂଳକ ପଦକ୍ଷେପ ଗ୍ରହଣ । କରୋନା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ପରେ ଅନେକ ନିଷ୍ପତ୍ତି ନିଆଯାଇଛି । ମନ୍ତ୍ରୀ  ଓ ସରକାରୀ ଅଫିସରଙ୍କ ବିଦେଶଗସ୍ତ ଉପରେ କଟକଣା ଲଗାଇଛନ୍ତି ସରକାର । ସେହିପରି ଜିଲ୍ଲାସ୍ତରରେ ପ୍ରତିଦିନ ଜିଲ୍ଲାପାଳ ସ୍ଥିତି ସମୀକ୍ଷା କରିବେ । ସଚେତନତା ସୃଷ୍ଟି କରିବା ପାଇଁ ସହରର ପ୍ରମୁଖ ସ୍ଥାନରେ ହୋର୍ଡିଂ ଓ ବ୍ୟାନର ମାରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେପଟେ ଭାରତରେ କରୋନା ଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩୩ ଛୁଇଁଛି ।ଏହି ଘାତକ ଭାଇରସ୍‌ ୯୩ ଟି ଦେଶରେ ଆତଙ୍କ ଖେଳାଇଛି ।

{"id":234491,"sizeSlug":"large"}

କରୋନା ଭାଇରସର ସଫଳ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ସତର୍କତାମୂଳକ ପଦକ୍ଷେପ । କରୋନା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସମୀକ୍ଷା କରିଛନ୍ତି । କରୋନା ମୁକାବିଲା ପାଇଁ ଜିଲ୍ଲାସ୍ତରରେ ପ୍ରତିଦିନ ଜିଲ୍ଲାପାଳ ଓ ରାଜ୍ୟସ୍ତରରେ ମୁଖ୍ୟ ଶାସନ ସଚିବ ପ୍ରତିଦିନ କରୋନା ସ୍ଥିତି ସମୀକ୍ଷା କରିବେ । ୯ ମାସ ପାଇଁ ପର୍ଯ୍ୟାପ୍ତ ପରିମାଣର ମାସ୍କ ଏବଂ ଆବଶ୍ୟକ ଔଷଧ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ପଞ୍ଚାୟତ ସ୍ତରରେ ଗ୍ରାମସଭା ମାଧ୍ୟମରେ ସଚେତନତା ଶିବିର ଆୟୋଜନ କରାଯିବାକୁ ସ୍ଥିର ହୋଇଛି । ସରକାରୀ ଅଫିସରେ ବାୟୋମେଟ୍ରିକ ଉପସ୍ଥାପନକୁ କୋହଳ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସଚେତନତା ସୃଷ୍ଟି କରିବା ପାଇଁ ସହରର ପ୍ରୂମୁଖ ସ୍ଥାନରେ ହୋର୍ଡିଂ ଓ ବ୍ୟାନର ମାରିବାକୁ କୁହାଯାଇଛି । ସ୍କୁଲରେ ଚଟାଣ, ଚେୟାର, ଟେବୁଲ ଏବଂ ଡୋର ହ୍ୟାଣ୍ଡେଲକୁ ବିଶୋଧନ କରିବାକୁ ନିର୍ଦ୍ଦେଶ ରହିଛି । ଦେହ ଖରାପ ଥିବାଛାତ୍ରଛାତ୍ରୀଙ୍କୁ ସ୍କୁଲ ନଆସିବାକୁ ପରାମର୍ଶ ଦେବାକୁ ସ୍କୁଲ ମାନଙ୍କୁ କୁହାଯାଇଛି । ସେହିଭଳି ପ୍ରତିଦିନ ଯାତ୍ରୀବାହୀ ବସ୍‌କୁ ସାନିଟାଇଜ୍‌ କରିବାକୁ ବି ନିଷ୍ପତ୍ତି ହୋଇଛି । ମନ୍ତ୍ରୀ ଓ ସରକାରୀ ଅଫିସରଙ୍କ ବିଦେଶଗସ୍ତ ଉପରେ କଟକଣା ଲାଗିଛି ।

{"id":234492,"sizeSlug":"large"}

ସେପଟେ ଭାରତରେ କରୋନା ଭାଇରସ୍‌ରେ ଏବେ ସୁଦ୍ଧା ୩୩ଜଣ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଛି । କରୋନା ଭାଇରସରେ କାହାରି ମୃତ୍ୟୁ ହୋଇ ନଥିଲେ ବି ଲୋକଙ୍କ ମନରେ ଏକ ଭୟଙ୍କର ଭୟ ରହିଛି । କରୋନା ଭୂତାଣୁ ଯେମିତି ବ୍ୟାପୁଛି,ଏହାକୁ ନେଇ ଅନେକ ଗୁଜବ ଏବଂ ଅପପ୍ରଚାର ମଧ୍ୟ ବ୍ୟାପୁଛି। ତେଣୁ ଏସବୁ ଗୁଜବଠାରୁ ନିଜକୁ ଦୂରେଇ ରଖିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ପରାମର୍ଶ ଦେଇଛନ୍ତି। ହାତ ମିଳାଇ ଅଭିନନ୍ଦନ ଜଣାଇବା ବଦଳରେ ନମସ୍ତେ ଅଭ୍ୟାସ କରିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । କରୋନା ସ୍ଥିତି ଓ ଏହାର ମୁକାବିଲା ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ସହ ସେ ଆଲୋଚନା କରିବେ ବୋଲି କହିଛନ୍ତି ।

{"id":234494,"sizeSlug":"large"}

ଘାତକ କରୋନା ଭାଇରସ ଏବେ ୯୩ ଦେଶରେ ଆତଙ୍କ ଖେଳାଇଛି । ଏବେ ସୁଦ୍ଧା ସାରା ବିଶ୍ଵରେ ୩ ହଜାର ୪୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ଟପିଛି । କେବଳ ଚୀନରେ ୩ ହଜାର ୭୦ ଜଣଙ୍କ ମୃତ୍ୟୁ ହୋଇଛି । ଇଟାଲୀରେ ମୃତ୍ୟୁ ସଂଖ୍ୟା ୧୯୭ରେ ପହଞ୍ଚିଛି । ସେହିପରି ଇରାନରେ ୮୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.