ଓଡିଶା ସିଭିଲ ସର୍ଭିସ ପରୀକ୍ଷା: ୧୧ ତମ ସ୍ଥାନ ପାଇ ସଫଳ ହେଲେ ପଙ୍କଜ

Published By : Prameya-News7 Bureau | October 07, 2022 IST

କରଞ୍ଜିଆ ୦୭/୧୦: ଓଡିଶା ସିଭିଲ ସର୍ଭିସ ପରୀକ୍ଷାରେ ୧୧ ତମ ସ୍ଥାନ ପାଇଛନ୍ତି ମୟୁରଭଞ୍ଜ ଜିଲ୍ଲା ଯଶୀପୁର ବ୍ଲକ ଭଣ୍ଡାରିପୋଷିର ପଙ୍କଜ ମହାନ୍ତ। ସେ ଏବେ ଖାଦ୍ୟ ସୁରକ୍ଷା ଅଧିକାରୀ ଭାବେ କାର୍ଯ୍ୟରତ ଥିବାବେଳେ ଓଡ଼ିଶା ସିଭିଲ୍‌ ସର୍ଭିସ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବାରୁ ତାଙ୍କ ପରିବାରରେ ଖୁସିର ଲହରୀ ଖେଳିଯାଇଛି। ତାଙ୍କ ବାପା-ମାଆ ଶିକ୍ଷକ ଭାବେ କାର୍ଯ୍ୟରତ।

ପଙ୍କଜ ଯଶୀପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ମାଧ୍ୟମିକ ଶିକ୍ଷା ସମାପ୍ତ ପରେ ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟରେ ସ୍ନାତକ ଶିକ୍ଷା ଲାଭ କରି ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଶିକ୍ଷା ଲାଭ କରିଛନ୍ତି। ସ୍ନାତକୋତ୍ତରରେ କୀଟ ତତ୍ୱ ବିଭାଗରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ। ସେ ଏହି ସଫଳତାର ଶ୍ରେୟ ତାଙ୍କ ବାପା-ମା’ ଓ ମାମୁଁ ସହିତ ସମସ୍ତ ପରିବାରବର୍ଗଙ୍କୁ ଶ୍ରେୟ ଦେଇଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.