OCS ଆଶାୟୀଙ୍କ ପାଇଁ ସରକାରଙ୍କ ବଡ଼ ନିଷ୍ପତ୍ତି; ମିଳିବ ପୁଣି ଏକ ସୁଯୋଗ
2/01/2023 at 6:28 PM

ଭୁବନେଶ୍ୱର ୦୨/୦୧: ଓଡ଼ିଶା ସିଭିଲ୍ ସର୍ଭିସ୍ ଆଶାୟୀଙ୍କୁ ପୁଣି ସୁଯୋଗ । ଆଶାୟୀଙ୍କୁ ଆଉ ଏକ ସୁଯୋଗ ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା ୨୦୧୯, ୨୦ ଏବଂ ୨୧ରେ ପରୀକ୍ଷା ଦେଇଥିବା ଆଶାୟୀଙ୍କୁ ଆଉ ଥରେ ପରୀକ୍ଷା ଦେବାକୁ ସୁଯୋଗ ମିଳିବ। ବୟସ ଅତିକ୍ରମ କରିଥିଲେ ବି ପରାକ୍ଷାର୍ଥୀମାନେ ପୁଣିଥରେ ପରୀକ୍ଷା ଦେଇପାରିବେ ବୋଲି ନିଷ୍ପତ୍ତି ନିଆଯାଇଛି। ପରୀକ୍ଷା ନେଇ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ଜାରି କରିଛନ୍ତି।