୫ ପ୍ରସ୍ତାବକୁ କ୍ୟାବିନେଟ୍‌ ମୋହର : ବଢିଲା ସର୍ବନିମ୍ନ ମଜୁରୀ, ଓଡ଼ିଆ ଅସ୍ମିତା ପାଇଁ ୨୦୦ କୋଟି

Published By : Prameya-News7 Bureau | July 10, 2024 IST

ଭୁବନେଶ୍ବର ୧୦: ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ବପୂର୍ଣ୍ଣ ବୈଠକ ଶେଷ ହୋଇଛି । ଏହି ବୈଠକରେ ୫ଟି ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର ବାଜିଛି । ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ବୃଦ୍ଧି ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି । ଅଣକୁଶଳୀ, ଅର୍ଦ୍ଧକୁଶଳୀ, କୁଶଳୀ ଓ ଉଚ୍ଚ କୁଶଳୀଙ୍କ ମଜୁରୀ ବୃଦ୍ଧି ପାଇଛି । ଅଣକୁଶଳୀ ଶ୍ରମିକଙ୍କ ମଜୁରୀ ୩୫୨ରୁ ୪୫୦ ଟଙ୍କାକୁ ବଢ଼ିଛି । ସେହିଭଳି କୁଶଳୀ ଶ୍ରମିକଙ୍କ ମଜୁରୀ ୩୯୨ରୁ ୫୦୦, ଉଚ୍ଚ କୁଶଳୀ ଶ୍ରମିକଙ୍କ ମଜୁରୀ ୫୦୨ରୁ ୬୦୦କୁ ବୃଦ୍ଧି ପାଇଛି ।

ଓଡ଼ିଆ ଅସ୍ମିତା ପାଇଁ ୨ ଶହ କୋଟିର କର୍ପସ ପାଣ୍ଠିକୁ କ୍ୟାବିନେଟ୍‌ ମଞ୍ଜୁରୀ ମିଳିଛି । ଓଡ଼ିଆ ଅସ୍ମିତା ଭବନ ନିର୍ମାଣ, ଓଡ଼ିଆ ଅନୁବାଦ ଏକାଡେମୀ ପ୍ରତିଷ୍ଠା ହେବ । ତାଳପତ୍ର ପୋଥି ସଂଗ୍ରହାଳୟ, ବିଭିନ୍ନ ୟୁନିଭର୍ସିଟିରେ ଓଡ଼ିଆ ଚେୟାର ପ୍ରତିଷ୍ଠା ହେବ । ବାଲିଯାତ୍ରାକୁ ଅନ୍ତର୍ଜାତୀୟ ମାନ୍ୟତା ପ୍ରଦାନ ପ୍ରଚେଷ୍ଟା କରାଯିବ ।

ଗଣଶିକ୍ଷା ବିଭାଗର ରାଜ୍ୟରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୨୦ ହଜାର ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ ହୋଇଥିଲା । ଉଚ୍ଚ ନ୍ୟାୟଳୟ ନିର୍ଦ୍ଦେଶ ଦେଇଥିଲେ । ଓଡ଼ିଶା ବିଦ୍ୟାଳୟ ୧୮ ହଜାର ୭୮୮ ପ୍ରାର୍ଥୀଙ୍କ ଚୟନ ଓ ନିଯୁକ୍ତି ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଉଠା ଜଳ ସେଚନ ବିଭାଗ ପ୍ରକଳ୍ପର ୨ ହଜାର ୬୫ ଗୋଟି ଅଚଳ ପ୍ରକଳ୍ପକୁ ସଚଳ ହେବ । ୫ ବର୍ଷ ଭିତରେ ୧ ହଜାର ୪୪ କୋଟି ୮୪ ଲକ୍ଷ ବିନିଯୋଗ ହେବ ।

ପିଏମ କିଷାନରେ ବାଦ ପଡ଼ିଥିବା ହିତାଧିକାରୀ ମାର୍ଗଦର୍ଶୀ ଅନୁଯାୟୀ ସାମିଲ ହେବେ । ସମସ୍ତ କୃଷକ ପିଏମ କିସାନରେ ସାମିଲ ହେବେ । କ୍ଷୁଦ୍ର, ମାଧ୍ୟମ, ବଡ଼ ଚାଷୀ ଓ ସହରାଞ୍ଚଳରେ ରହୁଥିବା ଚାଷୀ ଯୋଗ୍ୟ ବିବେଚିତ କୃଷକ ପିଏମ କିସାନରେ ସାମିଲ ହେବେ । ୫ ଲକ୍ଷରୁ ୬ ଲକ୍ଷ ପର୍ଯ୍ୟନ୍ତ ଚାଷୀ ଯୋଗ୍ୟ ଥିଲେ । କାଳିଆ ଯୋଜନା ଅନୁଯାୟୀ ଚାଷୀ ବଞ୍ଚିତ ହେଉଥିଲେ । ୬ ଲକ୍ଷ ଚାଷୀ ଏଥିରେ ଅନ୍ତର୍ଭୁକ୍ତ ହେବେ । ଆଗାମୀ କିସ୍ତିରେ ଚାଷୀ ପାଇବେ ।

You Can Read:

ଯାଜପୁରରେ ସମିଆ ପଞ୍ଚାୟତ ଗବପାଳ ପ୍ରକଳ୍ପର ଅନୁଧ୍ୟାନ କଲେ ବଡ଼ଚଣା ବିଧାୟକ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.