ସଂକଳ୍ପ ପତ୍ର ପାଇଁ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରୀୟ ସଭାପତିଙ୍କୁ ଧନ୍ୟବାଦ ଦେଲା ରାଜ୍ୟ ବିଜେପି

Published By : Prameya-News7 Bureau | April 14, 2024 IST

ଭୁବନେଶ୍ବର ୧୪।୪: ବିଜେପିର ସଂକଳ୍ପ ପତ୍ର ନେଇ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଓଡ଼ିଆ ନବ ବର୍ଷ ଭଳି ପବିତ୍ର ଦିନରେ ବିଜେପି ସଂକଳ୍ପ ପତ୍ର ଉନ୍ମୋଚନ କରିଛି । ସଂକଳ୍ପ ପତ୍ର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସଂକଳ୍ପ ପତ୍ର କମିଟି ଅଧକ୍ଷ ରାଜନାଥ ସିଂ ଏବଂ ରାଷ୍ଟ୍ରୀୟ ସଭାପତି ଜେ.ପି. ନଡ୍ଡା, ଅମିତ ଶାହଙ୍କୁ ଧନ୍ୟବାଦ ଦେଲା ରାଜ୍ୟ ବିଜେପି । ବିଗତ ଦିନର ସବୁ ସଂକଳ୍ପକୁ ମୋଦି ଗ୍ୟାରେଣ୍ଟି ଭାବେ ପାଳନ କରାଯାଇଛି । ଅଯୋଧ୍ୟାରେ ରାମ ମନ୍ଦିର, ୩୭୦ ଧାରା ଉଚ୍ଛେଦ, ତିନ ତଲାକ ବ୍ୟାନ, ଗରିବଙ୍କ ବିକାଶ ଭଳି ଅନେକ ପ୍ରତିଶ୍ରୁତି ପୂରଣ କରିଛନ୍ତି ଏବଂ ଦେଶବାସୀଙ୍କ ଆସ୍ଥା ଭାଜନ ହୋଇଛନ୍ତି ମୋଦି । 

ଏଥର ସଂକଳ୍ପ ପତ୍ରରେ ସମାଜର ସବୁ ବର୍ଗଙ୍କୁ ବିକଶିତ କରିବା ସହ ଭାରତକୁ ସମୃଦ୍ଧ ରାଷ୍ଟ୍ରରେ ପରିଣତ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ମୋଦି । ଗରିବ, ମହିଳା, ଚାଷୀ ଓ ଯୁବକଙ୍କୁ ଗୁରୁତ୍ଵ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ପୂର୍ବରୁ ଦେଇଥିବା ପ୍ରତିଶ୍ରୁତି ହିସାବରେ ୨୫ କୋଟି ଗରିବ ଲୋକଙ୍କ ଜୀବନ ଧାରଣ ମାନ ଉନ୍ନତ ହୋଇଛି । ସେମାନେ ଗରିବୀ ସୀମାରେଖା ତଳୁ ଉପରକୁ ଉଠିଛନ୍ତି । ୫ ବର୍ଷ ପାଇଁ ମାଗଣା ରାସନର ବ୍ୟବସ୍ଥା କରିଛନ୍ତି । ଲୋକ ପାଇଁ ପ୍ରଧାନମନ୍ତ୍ରୀ ଆବାସ, ଆୟୁଷ୍ମାନ ଭାରତ, ଜନ ଔଷଧି କେନ୍ଦ୍ର କରାଯିବ । ଏକ ଦେଶ ଏକ ନିର୍ବାଚନ ପାଇଁ କମିଟି ହୋଇଛି । ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ କମିଟିର ଅଧ୍ୟକ୍ଷ ଅଛନ୍ତି । କମିଟି ଅନୁଧ୍ୟାନ କରୁଛି, ଚୂଡ଼ାନ୍ତ ରିପୋର୍ଟ ଆସିଲେ ସରକାର ବିଚାର କରିବେ ବୋଲି ସମୀର ମହାନ୍ତି କହିଛନ୍ତି ।

You Can Read :

‘ଗୁଣ୍ଡାଗର୍ଦିକୁ ମହିଳା ବରଦାସ୍ତ କରିବେନି, ନିର୍ବାଚନରେ ଉଚିତ ଜବାବ ଦେବେ’ : ବିଜେପି ବିରୁଦ୍ଧରେ ସିଇଓଙ୍କୁ ବିଜେଡି ଫେରାଦ

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.