ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ରାଷ୍ଟ୍ରବାଦ, ଗରିବ କଲ୍ୟାଣ ଏବଂ ରାଜନୈତିକ ପ୍ରସ୍ତାବ ପାସ୍, ସୂଚନା ଦେଲେ ସମୀର ମହାନ୍ତି
5/07/2022 at 3:35 PM

ଭୁବନେଶ୍ବର ୫।୭: ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ହୋଇଥିବା ଆଲୋଚନା ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି । ଗତ ୧ରୁ ୩ ତାରିଖରେ ତିନି ଦିନ ବ୍ୟାପି ହାଇଦ୍ରାବାଦରେ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ହୋଇଛି । ରାଷ୍ଟ୍ରବାଦ ଏବଂ ଗରିବ କଲ୍ୟାଣ ଏବଂ ରାଜନୈତିକ ପ୍ରସ୍ତାବ ପାସ୍ କରାଯାଇଛି । ଗତ ୮ ବର୍ଷ ଭିତରେ ଦେଶରେ ନିରାଶାରୁ ଆଶା, ଅସ୍ଥିରତାରୁ ସ୍ଥିରତା, ତୁଷ୍ଟିକରଣରୁ ତୃପ୍ତିକରଣ ରାଜନୀତି ଆସିଛି । ଭାରତକୁ ବିଶ୍ବାସରେ ଏକ ନମ୍ବରରେ ପରିଣତ କରିବା ପାଇଁ ବିଜେପି ରୋଡ ମ୍ୟାପ୍ ପ୍ରସ୍ତୁତ କରିଛି ।
୨୦୧୪ ପୂର୍ବରୁ ୩୦ ବର୍ଷ ଧରି ଦୁର୍ନୀତି, ଭ୍ରଷ୍ଟାଚାର, ବଂଶବାଦ, ତୁଷ୍ଟିକରଣ ରାଜନୀତି ଚାଲିଥିଲା । ୨୦୧୪ରେ ଦେଶବାସୀ ଆସ୍ଥା ପ୍ରକଟ କଲେ । ମୋଦିଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଦେଶବାସୀ ବାଛିଲେ ।ଏକକ ସଂଖ୍ୟା ଗରିଷ୍ଠତା ଦେଇଥିଲେ ଦେଶବାସୀ । ପ୍ରଧାନ ସେବକ ଭାବେ ଶପଥ ନେଇଥିଲେ ନରେନ୍ଦ୍ର ମୋଦି । ୯ କୋଟି ପରିବାରକୁ ଗ୍ୟାସ୍ ସଂଯୋଗ ହୋଇଛି, ପ୍ରତି ଘରକୁ ପାଇପ୍ ପାଣି ଯୋଗାଇବାକୁ ବ୍ୟବସ୍ଥା ହୋଇଛି ।
ଭାରତର ଟିକସଦାତାଙ୍କ ପଇସା ମୋଦି ସରକାର ଠିକ୍ରେ ଖର୍ଚ୍ଚ କରୁଛନ୍ତି । ଏ ପଇସା ନେଇ ଦୁର୍ନୀତି ଅଭିଯୋଗ ଆଣିପାରୁନାହାନ୍ତି ବିରୋଧୀ । ମୋଦିଙ୍କୁ ବିରୋଧ କରିବା ଲାଗି ଦେଶକୁ ବିରୋଧ କରିବା ଲାଗି ବିରୋଧୀ ପଛାଉନାହାନ୍ତି ।
ମୋର ବିରୋଧୀଙ୍କ ପ୍ରଶ୍ନ, ଅମୃତ ମହୋତ୍ସବ କ’ଣ କେବଳ ବିଜେପି ପାଳନ କରିବ ? ଏ ଅମୃତ ମହୋତ୍ସବକୁ ସମସ୍ତେ ପାଳନ କରିବା ଉଚିତ । ସମାଜର ସବୁ ବର୍ଗଙ୍କୁ ପ୍ରାଧାନ୍ୟ ଦେଇଛନ୍ତି ମୋଦି ସରକାର । ଓଡିଶାର ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରାଯାଇଛି । ଏହା ଓଡିଶାବାସୀଙ୍କ ମନରେ ଖୁସିର ଲହରୀ ଖେଳାଇ ଦେଇଛି ବୋଲି ସମୀର ମହାନ୍ତି କହିଛନ୍ତି ।