ଓଡ଼ିଶା ଆସିବେ ବିଜେପି ପ୍ରଭାରୀ ସୁନିଲ ବଂଶଲ, ରାଜ୍ୟ ସଂଗଠନ ସହ ପଦ୍ମପୁର ପରାଜୟରେ ହେବ ସମୀକ୍ଷା

Published By : Prameya-News7 Bureau | December 13, 2022 IST

ଭୁବନେଶ୍ୱର ୧୩।୧୨ : ଓଡିଶା ଆସିବେ ସୁନୀଲ ବଂଶଲ । ଆସନ୍ତା ୧୭ ତାରିଖରେ ଓଡିଶା ଗସ୍ତରେ ଆସିବେ ବିଜେପି ପ୍ରଭାରୀ ସୁନୀଲ ବଂଶଲ । ଏହି ଗସ୍ତ ଅବସରରେ ପଦ୍ମପୁରରେ ଉପନିର୍ବାଚନର ଫଳାଫଳ ନେଇ ସମୀକ୍ଷା କରିବେ । ରାଜ୍ୟ ସଂଗଠନର ବରିଷ୍ଠ ନେତାଙ୍କ ସମୀକ୍ଷା ବୈଠକ କରିବେ ।

ଖବର ଅନୁଯାୟୀ, ବିଜେଡି ବିଜୟ ସିଂ ବରିହାଙ୍କ ଦେହାନ୍ତ ପରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲେ । ବିଜେପି ତରଫରୁ ନିର୍ବାଚନ ଲଢିଥିଲେ ପ୍ରଦୀପ ପୁରୋହିତ । ହେଲେ ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବର୍ଷା ସିଂ ବରିହାଙ୍କ ଠାରୁ ପରାସ୍ତ ହୋଇଥିଲେ । ବିପୁଳ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ ବିଜେଡ଼ି ପ୍ରାର୍ଥୀ । ଆଉ ଏବେ ଉପନିର୍ବାଚନର ପରାଜୟ ସମୀକ୍ଷା କରିବ ବିଜେପି । ଆସନ୍ତା ୧୭ ତାରିଖରେ ଓଡିଶା ଗସ୍ତରେ ଆସିବେ । ଏହି ଅବସରରେ ବରିଷ୍ଠ ବିଜେପି ନେତାଙ୍କ ରାଜ୍ୟ ସଂଗଠନର ମଧ୍ୟ ସମୀକ୍ଷା ବୈଠକ କରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.