ରାଜ୍ୟରେ ଲାଗୁହେବ ଆୟୁଷ୍ମାନ ଭାରତ ଯୋଜନା, ଖୋଲିବ ଶ୍ରୀମନ୍ଦିର ଚାରିଦ୍ବାର : ମନମୋହନ

Published By : Prameya-News7 Bureau | June 05, 2024 IST

ଭୁବନେଶ୍ବର ୫।୬: ଲୋକେ ନିର୍ବାଚନ ଲଢୁଥିଲେ, ରାଜ୍ୟରେ ଲୋକଙ୍କ ସରକାର ହେବ ବୋଲି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି । ନିର୍ବାଚନ ପୂର୍ବରୁ ଯାହା ପ୍ରତିଶ୍ରୁତି ଦେଇଥିଲୁ, ସବୁ କାର୍ଯ୍ୟକାରୀ କରାଯିବ । ୬ ତାରିଖ ନେତା ଚୟନ ପାଇଁ ଯେଉଁ ଦିନ ଧାର୍ଯ୍ୟ ହୋଇଥିଲା, ତାହା ଟିକେ ବିଳମ୍ବ ହେଇପାରେ । ସଂସଦୀୟ ବୋର୍ଡ ଯାହା ନିଷ୍ପତ୍ତି ନେବେ, ତାହା ହେବ । ୧୦ ତାରିଖରେ ଜଣେ ଓଡ଼ିଆ ପୁଅ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ।

ସେ ଆହୁରି କହିଛନ୍ତି ଓଡିଶାରେ ବନ୍ଦ ହେବ BSKY ଯୋଜନା । ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହେବ । ସେହିଭଳି ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବାକୁ ମଧ୍ୟ ମନମୋହନ କହିଛନ୍ତି ।

ସେହିଭଳି ଚାନ୍ଦବାଲିରୁ ପରାଜୟ ନେଇ ସେ କହିଛନ୍ତି, ଚାନ୍ଦବାଲି ଜନତା ଯାହା ଆଶୀର୍ବାଦ ଦେଲେ, ତାହା ମୁଁ ସାଦରରେ ଗ୍ରହଣ କରୁଛି । ଯେଉଁ ଦାୟିତ୍ୱ ମିଳିବ, ତାହା ତୁଲାଇବି । ମୁଁ ନୁହେଁ, ସାଧାରଣ ଜନତା ନିର୍ବାଚନ ଲଢୁଥିଲେ ବୋଲି ମନମୋହନ ସାମଲ କହିଛନ୍ତି ।

You Can Read :

ପୁରୀ ବାଣ ବିସ୍ଫୋରଣ ଘଟଣା : ମୃତ୍ୟୁ ସଂଖ୍ୟା ୧୫କୁ ବୃଦ୍ଧି, ଏବେବି ୧୨ ଗୁରୁତର ଚିକିତ୍ସାଧୀନ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.