Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଗିରଫ ହେଲେ କନ୍ନଡ଼ ଅଭିନେତା ଚେତନ କୁମାର, ହିନ୍ଦୁ ଧର୍ମକୁ ନେଇ କରିଥିଲେ ବିବାଦୀୟ ପୋଷ୍ଟ୍‌
  • ||
  • ଖୋର୍ଦ୍ଧା : ଟ୍ରକକୁ ପଛରୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଧର୍ମଗଡ଼ : ବନୀକରଣ ନାଁରେ ଦୁର୍ନୀତି, ଜେଲ୍‌ ଗଲେ ଦୁଇ ପୂର୍ବତନ ବନ ଅଧିକାରୀ
  • ||
  • ମୁମ୍ବାଇ : କିରଣ ଖେର୍‌ କୋଭିଡ଼ ପଜିଟିଭ୍‌, ଟ୍ୱିଟ୍‌ ଜରିଆରେ ଲୋକଙ୍କୁ କଲେ ଖାସ୍‌ ଅପିଲ୍‌
  • ||
  • ଭୁବନେଶ୍ୱର : ଆଜିଠୁ ରାଜ୍ୟରେ ବର୍ଷା କମିବ, ତାପମାତ୍ରା ୩ରୁ ୪ ଡିଗ୍ରୀ ବଢିବ
  • ||

ଡିଜେ ବଜାଇ ଶତାୟୁ ବୃଦ୍ଧଙ୍କୁ ବିଦାୟ ଦେଲେ ପରିବାର ଲୋକେ

4/03/2023 at 10:53 PM

ବରଗଡ଼: ଜାତସ୍ୟ ହି ଧ୍ରୁବୋ ମୃତ୍ୟୁ। ଜନ୍ମ ନେଇଛେ ଯେତେବେଳେ ଦିନେ ନା ଦିନେ ମୃତ୍ୟୁ ଆସିବ ନିଶ୍ଚିତ। ଆତ୍ମୀୟ ସ୍ୱଜନଙ୍କୁ ଶୋକ ସାଗରରେ ବୁଡାଇ ଦିନେ ଫେରିବାକୁ ହେବ ସମସ୍ତଙ୍କୁ। ହେଲେ ବରଗଡ ଜିଲ୍ଲା ତବଡା ପଞ୍ଚାୟତ ଅନ୍ତର୍ଗତ କଳଙ୍ଗାପାଳି ଗ୍ରାମର ଜଣେ ବ୍ୟକ୍ତିଙ୍କର ମୃତ୍ୟୁରେ ପରିବାର ଲୋକେ ଡିଜେ ବଜାଇ ତାଙ୍କୁ ଅନ୍ତିମ ବିଦାୟ ଦେଇଛନ୍ତି। ଏଭଳି ଘଟଣା ସ୍ଥାନୀୟ ଲୋକଙ୍କ ଚକ୍କିତ କରିଛି।  
ଗ୍ରାମର ଶତାୟୁ ବୃଦ୍ଧ କୁଶ ମେହେର ବୟସ( ୧୦୫)ଙ୍କର ଆଜି ମୃତ୍ୟୁ ହୋଇଛି। ଦୀର୍ଘ ଜୀବନ ବଞ୍ଚିବା ପରେ ଶେଷରେ ୧୦୫ ବର୍ଷ ବୟସରେ ସେ ଇହଧାମରୁ ବିଦାୟ ନେଇଛନ୍ତି। ଏଥିପାଇଁ କୁଶଙ୍କ ପରିବାର ଲୋକେ ତାଙ୍କୁ ଡିଜେ ବଜାଇ ବରଯାତ୍ରୀ ଭଳି ବିଦାୟ ଦେଇଥିଲେ। ଶୋଭାଯାତ୍ରାରେ ମଶାଣି ଯାଇଥିଲା ମରଶରୀର।
କୁଶଙ୍କ ପରିବାର ଲୋକେ ଡିଜେ ବଜାଇ ନାଚ ଗୀତ କରି ତାଙ୍କୁ ମଶାଣି ଯାଏ ନେଇଯାଇଥିଲେ। ଅନ୍ତିମ ଯାତ୍ରାରେ ଏଭଳି ଆୟୋଜନ ଦେଖି ବାଟରେ ଯାଉଥିବା ଲୋକ ବି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କୁଶ ମେହେରଙ୍କ ଅନ୍ତିମ ଯାତ୍ରାରେ ପରିବାର ବର୍ଗ , ବନ୍ଧୁବାନ୍ଧବ, ଜାତିଭାଇ ଗାଁ ଦାଣ୍ଡରେ ହସ ଉଲ୍ଲାସରେ ନାଚି ନାଚି ପରିବାର ପକ୍ଷରୁ ଜୀବନର ଶେଷକାଳୀନ ବିଦାୟ ଦେଇଛନ୍ତି।

   Related Posts