ପାଟଣାରେ ଓଡିଶା ବନ୍ଦର ପ୍ରଭାବ, NH-୪୯ ଅବରୋଧ କଲା କଂଗ୍ରେସ

Published By : Prameya-News7 Bureau | July 15, 2021 IST

ପାଟଣା ୧୭।୦୭: ୬ଘଣ୍ଟିଆ ଓଡିଶା ବନ୍ଦ ଡ଼ାକରା । ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ଭଳି ଜିନିଷର ଅହେତୁକ ଦର ବୃଦ୍ଧି ପ୍ରତିବାଦରେ ବାମଦଳ ପକ୍ଷରୁ ଓଡିଶା ବନ୍ଦ ଡାକରା ଦିଆଯାଇଛି । ଯାହାର ପ୍ରଭାବ କେନ୍ଦୁଝର ଜିଲ୍ଲା ପାଟଣାରେ ମଧ୍ୟ ପଡିଛି।

ସିପିଆଇଏମ ପକ୍ଷରୁ ବନ୍ଦ ଡାକରାକୁ କଂଗ୍ରେସ ସମର୍ଥନ ଜଣାଇଛି । ଓଡିଶା ବନ୍ଦକୁ ସମର୍ଥନ କରି ସକାଳ ୬ରୁ ତୁରୁମୁଙ୍ଗା ସହରରେ ପିକେଟିଂ କରାଯାଇ ୪୯ ନମ୍ବର ଜାତୀୟ ରାଜପଥର ନିହ୍ନୁଆଁ ଛକ ନିକଟରେ ରାସ୍ତାର ଉଭୟ ପାର୍ଶ୍ୱକୁ ବନ୍ଦ କରାଯାଇଛି । ରାସ୍ତାର ଉଭୟ ପଟରେ ଯାତାୟତରେ ବାଧାପ୍ରାପ୍ତ ହୋଇଛି। ଯାହାଫଳରେ ବହୁ ଗାଡି ମଟର ରାସ୍ତାର ଉଭୟ ପାର୍ଶ୍ୱରେ ଛିଡା ହୋଇଥିବାର ଦେଖିବାକୁ ମିଳିଛି । ସକାଳ ୬ରୁ ଦିନ ୧୨ଟା ଯାଏଁ ଜାରି ରହିବ ବୋଲି ପାଟଣା ବ୍ଲକ କଂଗ୍ରେସ ସଭାପତି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.