ପାଟଣା ୧୫।୭: ନିତ୍ୟ ବ୍ୟବହାର୍ଯ୍ୟ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ୍ ଭଳି ଜିନିଷର ଅହେତୁକ ଦର ବୃଦ୍ଧି ପ୍ରତିବାଦରେ ବାମଦଳ ପକ୍ଷରୁ ଓଡିଶା ବନ୍ଦ ଡାକରା ଦିଆଯାଇଥିଲା । ଏହାର ପ୍ରଭାବ କେନ୍ଦୁଝର ପାଟଣାରେ ମଧ୍ୟ ପଡିଛି । ସିପିଆଇଏମ ପକ୍ଷରୁ ବନ୍ଦ ଡାକରାକୁ କଂଗ୍ରେସ ସମର୍ଥନ ଜଣାଇଥିଲା । ଓଡିଶା ବନ୍ଦକୁ ସମର୍ଥନ କରି ସକାଳ ୬ରୁ ତୁରୁମୁଙ୍ଗା ସହରରେ ପିକେଟିଂ କରାଯାଇ ୪୯ ନମ୍ବର ଜାତୀୟ ରାଜପଥର ନିହ୍ନୁଆଁ ଛକ ନିକଟରେ ରାସ୍ତାର ଉଭୟ ପାର୍ଶ୍ବକୁ ବନ୍ଦ କରାଯାଇଥିଲା । ଫଳରେ ରାସ୍ତାର ଉଭୟ ପଟରେ ଯାତାୟତରେ ବାଧାପ୍ରାପ୍ତ ହୋଇଥିଲା । ଫଳରେ ବହୁ ଗାଡି ମଟର ରାସ୍ତାର ଉଭୟ ପାର୍ଶ୍ବରେ ଛିଡା ହୋଇଥିବାର ଦେଖିବାକୁ ମିଳିଥିଲା । ତେବେ ଏହି ବନ୍ଦ ସକାଳ ୬ରୁ ଦିନ ୧୨ଟା ଯାଏଁ ଜାରି ରହିଥିଲା ବୋଲି ପାଟଣା ବ୍ଲକ କଂଗ୍ରେସ ସଭାପତି ଶତ୍ରୁଘ୍ନ ସିଂ କହିଛନ୍ତି ।
ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ୫ ହଜାର ଶିକ୍ଷକଙ୍କ ବଢ...
