krs-728-90-banner (1)
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ମଙ୍ଗଳବାରଠୁ ବିଧାନସଭା ଶୀତ ଅଧିବେଶନ, ସରକାରଙ୍କୁ ଘେରିବାକୁ ବିରୋଧୀ କରିବେ ରଣନୀତି

20/11/2023 at 8:12 AM

ଭୁବନେଶ୍ୱର ୧୯ା୧୧ : ମଙ୍ଗଳବାର (୨୧ ତାରିଖ)ଠାରୁ ବିଧାନସଭାର ଶୀତ ଅଧିବେଶନ । ଯାହା ଡିସେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ । ଶୀତ ଅଧିବେଶନ ବେଳେ ରାଜ୍ୟ ସରକାରଙ୍କୁ ଘେରିବା ପାଇଁ ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ ଯୋଜନା କରୁଛନ୍ତି ।

ତେବେ ଅଧିବେଶନ ପୂର୍ବରୁ ସୋମବାର ଅପରାହ୍ନ ୪ଟା ବେଳେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବିଧାୟକ ଦଳ ବୈଠକ ହେବ । ବିରୋଧୀ ବିଜେପି ଓ କଂଗ୍ରେସ ଆସନ୍ତା ଅଧିବେଶନରେ ଚାଷୀ ଆତ୍ମହତ୍ୟା, ଆଇନ ଶୃଙ୍ଖଳା ପରିସ୍ଥିତି, ସରକାରୀ ଅର୍ଥରେ ବ୍ୟାପକ ପ୍ରଚାର ପ୍ରସାର, ମୋ ଓଡ଼ିଶା-ନବୀନ ଓଡ଼ିଶାରେ ଦଳୀୟ ଚିହ୍ନର ବ୍ୟବହାର, ଶିକ୍ଷକ ଓ ଅଙ୍ଗନୱାଡ଼ି ଦିଦିଙ୍କ ଆନ୍ଦୋଳନ, ଚାଷ ଓ ଚାଷୀଙ୍କ ସମସ୍ୟାକୁ ମୁଖ୍ୟ ପ୍ରସଙ୍ଗ କରିବେ ବୋଲି ଜଣାପଡିଛି ।

ସେହିପରି ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଶଙ୍ଖ ଭବନରେ ବିଜେଡି ବିଧାୟକ ଦଳ ବୈଠକ ବସିବ । ଏହି ବୈଠକରେ କେନ୍ଦ୍ର ବିରୋଧୀ ପ୍ରସଙ୍ଗ ଉଠାଇ ବିରୋଧୀଙ୍କୁ କିଭଳି ମୁକାବିଲା କରାଯିବ, ସେ ନେଇ ରଣନୀତି ପ୍ରସ୍ତୁତ କରାଯିବ । ବିଶେଷ କରି ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା, ମହିଳା ବିଲ୍‌ ଲାଗୁ କରିବାରେ ବିଳମ୍ବ, ରେଳ କାର୍ଯ୍ୟରେ ବିଳମ୍ବ, ବିଭିନ୍ନ ବିଭାଗର ବକେୟା ଅର୍ଥ ପ୍ରଦାନରେ ବିଳମ୍ବ ଆଦି ପ୍ରସଙ୍ଗରେ ବିଜେଡି ଘେରିବ ବୋଲି ଜଣାପଡିଛି ।

ଅନ୍ୟପଟେ କଂଗ୍ରେସ ବିଧାୟକ ଦଳ ବୈଠକ ମଙ୍ଗଳବାର ଦିନ ୧୧ଟା ବେଳେ ଅନୁଷ୍ଠିତ ହେବ । ବୈଠକରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଜନବିରୋଧୀ ନୀତିଗୁଡିକ ବାବଦରେ ଆଲୋଚନା କରାଯିବ । ଏ ନେଇ ବିଧାୟକ ଦଳ ବୈଠକରେ ଚୂଡାନ୍ତ ହେବ ବୋଲି ବିଧାୟକ ତାରାପ୍ରାସଦା ବାହିନୀପତି ସୂଚନା ଦେଇଛନ୍ତି ।

   Related Posts