ଅନୁଗୁଳ ନାବାଳିକା ଦୁଷ୍କର୍ମ ଓ ହତ୍ୟା ଉଦ୍ୟମ ଘଟଣା: ତାତିଲେଣି ସାଧାରଣ ଲୋକଙ୍କଠୁ ରାଜନେତା, ହୁଲୁସ୍ତୁଲ ବିଧାନସଭା

Published By : Prameya-News7 Bureau | July 22, 2019 IST

ଭୁବନେଶ୍ବର୨୨|୭: ଅନଗୁଳ ନାବାଳିକା ଦୁଷ୍କର୍ମ ପ୍ରସଙ୍ଗରେ ରାଜ ରାସ୍ତାରୁ ବିଧାନସଭା ସବୁଠି ରାଜନୀତି ଗରମ । ଜିଲ୍ଲାରେ ବିଜେପି ଓ କଂଗ୍ରେସ ପ୍ରତିବାଦ କରିଥିବା ବେଳେ ବିଧାନ ସଭାରେ ବି ଏହିଦୁଇ ଦଳ ଗୃହକୁ ଦିନ ତମାମ ଠପ୍ କରିଦେଇଛନ୍ତି । ବିଧାନସଭା ପରିସରରେ ଥିବା ଗାନ୍ଧି ମୂର୍ତ୍ତି ତଳେ ଉଭୟ ବିଜେପି ଓ କଂଗ୍ରେସ ଧାରଣା ଦେଇଛି ।

{"id":136339}

ରାଜ୍ୟର ଆଇନ ଶୃଙ୍ଖଳା କିଭଳି ଅଛି ଅନଗୁଳ କାଣ୍ଡ ତାର ଏକ ନଗ୍ନ ଉଦାହରଣ ବୋଲି ବିରୋଧୀ ଅଭିହିତ କରିବା ସହ ଏପ୍ରସଙ୍ଗରେ ବିଧାନସଭାରେ ଆଲୋଚନା କରିବାକୁ ଦାବି କରିଥିଲେ । ଗୃହ ବାରମ୍ବାର ମୂଲତବୀ ହେବାପରେ ବାଚସ୍ପତି ସର୍ବଦଳୀୟ ବୈଠକ ଡକାଇଥିଲେ । ସେପଟେ ଶିଶୁର ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି।  ପୋଲିସ ୩ ଜଣ ଅଭିଯୁକ୍ତଙ୍କୁ ଅଟକ ରଖି ପଚରା ଉଚରା କରୁଛି ।

{"id":136340}

ତାତିତିଛନ୍ତି ଲୋକେ, ତାତିଛନ୍ତି ରାଜନୈତିକ ଦଳ । ଅପରାଧିକୁ ତୁରନ୍ତ ଫାଶି ଦିଅ। ଏମିତି କିଛି ଦାବିରେ ରାସ୍ତାକୁ ଓହ୍ଲାଇଛନ୍ତି ଲୋକେ। ବାପାମାଙ୍କ କୋଳରୁ ଟେକିନେଇ ୫ ବର୍ଷର ଶିଶୁକୁ ଦୁଷ୍କର୍ମ ଓ ହତ୍ୟା ଉଦ୍ୟମ ଘଟଣାକୁ ସହ୍ୟ କରିବା ମୁଡରେ ନାହାନ୍ତି ଅନୁଗୁଳବାସୀ। ଆଜି ବିଜେପି ଅତିରିକ୍ତ ଜିଲ୍ଲାପାଳ ଏବଂ କଂଗ୍ରେସ ଏସପିଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲା।

{"id":136341}

ଦିନକେଇଟା ତଳେ ଜଣେ ଶିଶୁର ମୃତଦେହରୁ ଆଖି ତାଡ଼ିନିଆଗଲା ଓ ଏବେ ଏକ ୫ ବର୍ଷର ଶିଶୁକୁ ଦୁଷ୍କର୍ମ ଓ ହତ୍ୟା ଉଦ୍ୟମ କରାଯିବା ଅଭିଯୋଗ କରି ତାତିଛନ୍ତି ଲୋକେ। ଏହା ପୋଲିସ ର ପାରିବା ପଣିଆକୁ ପଦାରେ ପକାଇଛି ବୋଲି କହିଛନ୍ତି। ପୋଲିସ ଏହି ଘଟଣା ଉପରୁ ଶୀଘ୍ର ପରଦା ନ ଉଠାଇଲେ ଆଗାମୀ ଦିନରେ ବଡ଼ ଆନ୍ଦୋଳନ ହେବ ବୋଲି ଉଭୟ ଚେତାବନୀ ଦେଇଛନ୍ତି।

{"id":136342}

କଥା ଉଠିଛି ବିଧାନସଭାରେ । ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଭୁଶୁଡି ପଡିଲାଣି ଦର୍ଶାଇ ସିଧା ମୁଖ୍ୟମନ୍ତ୍ରୀଙ୍କୁ ଆକ୍ଷେପ କରିଛନ୍ତି ବିରୋଧୀ। ଆଜି ବିଧାନସଭା ଶୂନ୍ୟକାଳ ଆରମ୍ଭରୁ ବିରୋଧି ବିଜେପି ଓ କଂଗ୍ରେସ ସଦସ୍ୟ ମାନେ ଅନଗୁଳର ଏହି  ଜଘନ୍ୟ ଘଟଣା କଥା ଉଠାଇ ସରକାରଙ୍କୁ ଘେରିଛନ୍ତି । କହିଛନ୍ତି ଦୁଷ୍କର୍ମ ଘଟଣାରେ ସାରା ଦେଶରେ ଓଡିଶା ଏକ ନମ୍ବର ହେଲାଣି କିନ୍ତୁ ଗୃହ ବିଭାଗ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ କହୁଛନ୍ତି ରାଜ୍ୟର ଆଇନଶୃଙ୍ଖଳା ଠିକ୍ ଅଛି । ଏମିତି କିଛି ଆକ୍ଷେପ କରି ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ ।ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଗୃହ ବାରମ୍ବାର ମୁଲତବୀ ହେବାରୁ ସର୍ବଦଳୀୟ ବୈଠକ ଡାକିଥିଲେ ବାଚସ୍ପତି ।

{"id":136343}

ସେପଟେ ୫ ବର୍ଷର ଏହି ଶିଶୁର ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ତାକୁ କଟକ ବଡ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଛି।  ଅନଗୁଳ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଏହି ଘଟଣାରେ ୩ଜଣକୁ ଅଟକ ରଖି ପଚାରା ଉଚୁରା ଜାରି ରଖିଛି। ଆଜି ସନ୍ଧ୍ୟା ସୁଧା ଦୁଷ୍କର୍ମ କାରୀ ଙ୍କୁ ଧରିବାରେ ସଫଳ ହେବେ ବୋଲି ପୋଲିସ କହିଛି।

{"id":136344}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.